STORYMIRROR

Er. Prakash Majhi

Abstract Inspirational Children

3  

Er. Prakash Majhi

Abstract Inspirational Children

ପୁସ୍ତକ

ପୁସ୍ତକ

1 min
301

ଅଖିଳ ସଂସାର ପାଇଁକି 

      ତୁହି ଦେଉ ଆଲୋକ 

ସାରା ଜଗତରେ ସାର ତୁ

      ତୋ'ର ନାମ ପୁସ୍ତକ 

ଗଳପ ପ୍ରବନ୍ଧ କବିତା 

       ତୋ'ର ସଖା ସୋଦର 

ସଂସାରେ ତୋ ସର୍ବେ ନିଜର 

       କେହି ନୁହଁନ୍ତି ପର 

କୁଟୁମ୍ବ ତୋହର ଅଟନ୍ତି 

        ସର୍ବ ପତ୍ର ପତ୍ରିକା 

ସେବା କରୁଥାନ୍ତି ସଂସାରୀ 

        ଜନେ ଦେଖି ଦେଖିକା 

ସାଧୁ ଜନ ମାନେ ଅଟନ୍ତି 

        ତୋର ପ୍ରିୟ ରସିକ  

ଆନଜନେ ସର୍ବ ସଂସାରେ 

        ତୋ'ର ପ୍ରୀତି ସନ୍ତକ 

ତୋ ସାଥେ ପୀରତି ରଚିଲେ 

        ପ୍ରିୟ ମାନ ବଢଇ 

ଉତ୍ତମ ରସିକ ଗଣରେ 

         ଚିର ଗଣା ହୁଅଇ 

ସୁନା ରୂପା ହୀରା ମୋତିଠୁ 

         ତୋ'ର ତଉଲ ବେଶୀ

ପାଠକ ଲେଖକ ପିଲାଙ୍କ

          ମନେ ଭରୁତୁ ଖୁସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract