STORYMIRROR

Tapaswini DashSarangi

Abstract

3  

Tapaswini DashSarangi

Abstract

ସମ୍ପର୍କର ସଂଜ୍ଞା

ସମ୍ପର୍କର ସଂଜ୍ଞା

1 min
188

ସେଦିନ ଆଉ ଆଜି ଭିତରେ

ଏତିକି ଫରକ୍ 

ସମ୍ପର୍କ ଅଛି ହେଲେ ବଦଳି ଯାଇଛି ଚରିତ୍ର

ସମ୍ପର୍କ ଅଛି ହେଲେ ସେଥିରେ ନାହିଁ ମଧୁରତା ।

ଖଣ୍ଡିଉଡା ଦେଉଥିବା ସେଥିରୁ କିଛି ସମ୍ପର୍କ

ଉଡ଼ିବା ବି ଶିଖିଗଲେଣି ।

ନୀଳ ଆକାଶର ସ୍ପର୍ଶରେ ସେମାନେ

ଏତେ ଦିଗହରା ଯେ

ଭୁଲି ଯାଇଛନ୍ତି ନିଜର ବସାର ଠିକଣା

ଭୁଲି ଯାଇଛନ୍ତି କେଁ କଟର କିଚିରି ମିଚିରି ଡାକ ।

ନୀରବି ଯାଇଛି ସେ ସମ୍ପର୍କର ଆକ୍ଷରିକ ଅର୍ଥ

କାହିଁକି ନା ସମ୍ପର୍କର ଶବ୍ଦକୋଷରେ 

ସାମିଲ ଆଉ କିଛି ନୂତନ ଶବ୍ଦ

ନୂଆ କିଛି ଆଗମନରେ

ମଳିନ କିଛି ପୁରାତନ ସମ୍ପର୍କ

ଏବେ ବି ଅପେକ୍ଷାରତ ସେ ବସା ପରି

ଯିଏ ଅପେକ୍ଷା କରିଛି ସେ ଚଢେଇ ମାନଙ୍କୁ

ଯାହାର ଖଣ୍ଡିଉଡା ଦେଖି 

ସେ ବି ଦିନେ ବିହ୍ଲୋଳ ହୋଇଯାଉଥିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract