ପାନ୍ଥଶାଳା
ପାନ୍ଥଶାଳା
ପାନ୍ଥଶାଳା ମୁଁ ହିସାବ ରଖିନି
କିଏ ଆସେ କିଏ ଯାଏ
ମୋ କାନ୍ଥ ଛାତିରେ
କେତେ ନାଁ ଲେଖା
କେତେ ପୁଣି ଲିଭିଥାଏ !
କେବେ କେବେ ପୁଣି ଭାବ ବାନ୍ଧି ଦିଏ
ଅଳ୍ପ ଦିନର.. ଜାଣି ଥାଏ
ଅନୁତାପେ ପରେ ଜଳେ ।
ପାନ୍ଥଶାଳା ମୁଁ କହିତ ପାରେନି
ମୋ ନିଜର...ମୋର କେହି ନୁହେଁ ...
ଆଜି ଯେ ଅତିଥି କାଲି ପାଇଁ ସ୍ମୃତି
ତେଲ ସରିଲେ ସରିତା ସରିତା ବିଜେ ।
ଜୀବନ ଏମିତି ପାନ୍ଥଶାଳାଟିଏ
ସୁଖଦୁଃଖ ଆସିଯାଏ
ଗୋଟିଏ ଛାଡିଲେ ନୂଆ ଗୋଟେ ମିଳେ
ସଂସାରର ଖେଳ ଇଏ ...।
***