Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Er. Prakash Majhi

Inspirational Children

4.7  

Er. Prakash Majhi

Inspirational Children

ଶୁଭ ଦିନ

ଶୁଭ ଦିନ

1 min
246


ବାର ମାସେ ତେର ପରବ ପାଳନ

ଓଡିଶା ରାଇଜେ ହୁଏ

ଆମ ଏ ସଂସ୍କୃତି ଆମ ପରମ୍ପରା

ନାନା ନୀତି ଶିକ୍ଷା ଦିଏ ।


ବଇଶାଖ ଶୁକ୍ଳ ପକ୍ଷ ତୃତୀୟାରେ

ପଡେ ଅକ୍ଷୟ ତୃତୀୟା

ଅକ୍ଷି ମୁଠି ଶୁଭ ଅନୁକୂଳ ହୁଏ

ମହା ଲକ୍ଷ୍ମୀଙ୍କର ଦୟା ।


କୃଷକ ଘରଣୀ ଘର ଦ୍ୱାର ଲିପି

ଅକ୍ଷି ମୁଠିକୁ ସଜାଏ

ସିନ୍ଦୂର ଚନ୍ଦନ ଟୋକେଇରେ ଦେଇ

ପିଠାପଣା ଭୋଗ ଦିଏ ।


ଝୋଟି ଚିତାସାଥେ ପୂର୍ଣ୍ଣକୁମ୍ଭ ଥୋଇ

ହୁଳହୁଳି ଦେଇ ଥାଏ

କୃଷକ କ୍ଷେତକୁ ଅକ୍ଷି ମୁଠି ନେଇ

ଖୁସି ମନେ ଯାଇଥାଏ ।


ଐଶାନ କ୍ଷେତରେ ଅକ୍ଷି ମୁଠି ବୁଣି

ଲକ୍ଷ୍ମୀଙ୍କୁ ପୂଜା କରଇ

ବରଷକ ପାଇଁ କ୍ଷେତରେ ଫସଲ

ଘରକୁ ଅମଳ ପାଇଁ ।


ଆମର ସଂସ୍କୃତି ଆମ ପରମ୍ପରା

ରଥକାଠ ଅନୁକୂଳ

ଶ୍ରୀକ୍ଷେତ୍ରରେ ହୁଏ ଚନ୍ଦନ ଯାତରା

ଆରମ୍ଭର ଶୁଭ ବେଳ ।


ପର୍ଶୁରାମ ଙ୍କର ଏହି ଦିନ ଜନ୍ମ

ଗଙ୍ଗା ଆସିଲେ ମର୍ତ୍ତ୍ୟକୁ

ଧରାଵତରଣେ ମାତା ଅନ୍ନପୂର୍ଣା

ପାଳେ ସଂସାର ସର୍ତ୍ତକୁ ।


କବି ଜୟଦେବ ଜନ୍ମ ହୋଇଥିଲେ

ଲେଖିଲେ ଗୀତ ଗୋବିନ୍ଦ

ମାତା ସୀତାଙ୍କର ଭୂମିରୁ ଜନମ

ଜନକ କୋଟି ଆନନ୍ଦ ।


ଏପରି ଦିନଟେ ଆମ ସଂସ୍କୃତିରେ

କେହି କଣ ଭୁଲି ପାରେ

ଶୁଭ ଦିନ ଟିଏ ସବୁ କାର୍ଯ୍ୟ ପାଇଁ

ଆସିଥାଏ ଜୀବନରେ ।



Rate this content
Log in