STORYMIRROR

Illa Kanungo Mohapatra

Inspirational Others

3  

Illa Kanungo Mohapatra

Inspirational Others

ହେ ନାରୀ, ତୁ ହିଁ ଗଢି ପାରିବୁ

ହେ ନାରୀ, ତୁ ହିଁ ଗଢି ପାରିବୁ

1 min
203

ହେ ନାରୀ,

ଆଶ୍ଚର୍ଯ୍ୟ ହବା ଛାଡ଼ିଦେ

କେବେ କେବେ ଯଦି

ବୁଝେନି ତତେ ଏ ସମାଜ... ll

ବୁଝି ଚାଲ ନିଜକୁ,

ନିଜର ଶକ୍ତି ସାମର୍ଥକୁ

କଣ ବା ବୁଝିବ ସେ ତତେ... ll

ଜ୍ଞାନର ଚାବିକାଠି

ଯିଏ ହଜେଇ ଦେଇଛି

ସେ କେମିତି ବୁଝିବ,

ତୋର ମହତ୍ୱ..... ll

ମାନବିକତାର ରାସ୍ତା

ଯିଏ ଭୁଲି ଯାଇଛି

ସେ କେମିତି କରିବ,

ତୋର ସମ୍ମାନ..... ll

ଭୁଲ ଠିକ ର ମାପକାଠି

ଯିଏ ନିଜେ ପାଇନି

ସେ କେମିତି ଜାଣିବ,

ତୋର ସାହସ.... ll

ଅନ୍ଧାର ଭିତରୁ ବାହାରିବା

ଯିଏ ନିଜେ ଶିଖିନି

ସେ କେମିତି ବୁଝିବ,

ତୋର ଶକ୍ତି..... ll

ନିଜ ପାଇଁ ସ୍ବପ୍ନ

ଯିଏ ଗଢି ଜାଣିନି

ସେ କେମିତି ବୁଝିବ,

ତୋର ସ୍ବପ୍ନ.... ll

ହେ ନାରୀ, ମନେରଖ

ଗଢିବାର ଶକ୍ତି

ବିଧାତା କେବଳ

ତତେ ଦେଇଛି.....

ତୁ ହିଁ ଗଢି ପାରିବୁ...

ନିଜକୁ ଆଉ ଏ ସମାଜ କୁ.... ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational