STORYMIRROR

Illa Kanungo Mohapatra

Abstract Inspirational

3  

Illa Kanungo Mohapatra

Abstract Inspirational

ନାରୀ ସିଏ ଶକ୍ତି ସ୍ୱରୂପିଣୀ

ନାରୀ ସିଏ ଶକ୍ତି ସ୍ୱରୂପିଣୀ

1 min
247


ସ୍ରଷ୍ଟାଙ୍କ ସୃଷ୍ଟି ସେ, 

ସୃଷ୍ଟି କରିବାକୁ.....

ନୂଆ ଏକ ସମ୍ଭାବନା... ll


ସ୍ନେହର ସ୍ୱରୂପେ, 

ସଂଚାର କରେ ସେ... 

ନୂଆ ଏକ ଉଦ୍ଦୀପନା..... ll


ଶକ୍ତି ସ୍ୱରୂପିଣୀ, 

ମା ଦୁର୍ଗାଙ୍କ ଛବିକୁ

ନୀତି ପୁଷ୍ପ କରୁ ଅର୍ପଣ.... ll


ସେଇ ଶକ୍ତି ସାଜି, 

ନାରୀ ଲଢ଼ିବାକୁ ଗଲେ 

ତା ପାଇଁ କେବଳ ପ୍ରଶ୍ନବାଣ.... ll


ବକ୍ଷ ରୁ ଝରାଇ 

ଅମୃତ ର ଧାରା 

ଗଢିଛି ସେ ଶରୀରକୁ..... ll


ନିୟମ ଜାଲରେ 

ବାନ୍ଧି ଦେଇ କାହିଁ 

ଟାଣୁ ସୀମା ଭିତରକୁ..... ll


ତୋ ସ୍ବପ୍ନ କୁ ଯିଏ 

ଡେଣା ଆଣି ଦିଏ 

ଉଡିବା ବି ତାକୁ ଜଣା..... ll


ନୀତି ଯିଏ କସେ 

ଘରର ଗଣିତ 

ଦୁନିଆ ଅଙ୍କ କି

ତାକୁ ଅଜଣା..... ll


ନାରୀ ସିଏ, ଶକ୍ତି ସ୍ୱରୂପିଣୀ 

ନୁହେଁ ସିଏ ଅବଳା... 

ନୁହେଁ ସିଏ ଦୁର୍ବଳା... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract