STORYMIRROR

Illa Kanungo Mohapatra

Inspirational Others

2  

Illa Kanungo Mohapatra

Inspirational Others

ବନ୍ଧୁ ଟିଏ ଲୋଡ଼ା

ବନ୍ଧୁ ଟିଏ ଲୋଡ଼ା

1 min
94

ଜୀବନ ରାସ୍ତାଟି ଭାରି ଅଙ୍କା ବଙ୍କା

ସାଥେ ଚାଲିବାକୁ ବନ୍ଧୁ ଟିଏ ଏଠି ଲୋଡ଼ା...

ହସ ଧାରେ ଧାରେ ଲୁହ ପାଦ ଥାପେ

ଲୁହ ପୋଛିବାକୁ ବନ୍ଧୁ ଟିଏ ଏଠି ଲୋଡ଼ା...

ଖୁସିର ପରଶ ହୃଦୟ ବୁକୁରେ

ସାଥେ ହସିବାକୁ ବନ୍ଧୁ ଟିଏ ଏଠି ଲୋଡ଼ା...

କଠୋର ସମୟେ ପାଦ ଟଳ ମଳ

ସମ୍ଭାଳିବା ପାଇଁ ବନ୍ଧୁ ଟିଏ ଏଠି ଲୋଡ଼ା...

ସ୍ୱପ୍ନକୁ ବାନ୍ଧିଲେ ହାତର ମୁଠାରେ

ଗଢିବାକୁ ତାକୁ ବନ୍ଧୁ ଟିଏ ଏଠି ଲୋଡ଼ା .....

ଛୋଟ ଦୀପ ଟିଏ ଜାଳି ଦେବା ପାଇଁ

ଅନ୍ଧାର ଜୀବନେ ବନ୍ଧୁ ଟିଏ ଏଠି ଲୋଡ଼ା....

ଜୀବନରେ ରଙ୍ଗ ଭରି ଦେବ ପାଇଁ

ବନ୍ଧୁ ଟିଏ ଏଠି ଲୋଡ଼ା..

ସୁଖ ଦୁଃଖ ହସ ଲୁହ

ସବୁ ବାଣ୍ଟି ଦେବା ପାଇଁ

ବନ୍ଧୁ ଟିଏ ଏଠି ଲୋଡ଼ା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational