STORYMIRROR

Illa Kanungo Mohapatra

Abstract Others

3  

Illa Kanungo Mohapatra

Abstract Others

ପହଞ୍ଚିଲେ ଯାଇ....

ପହଞ୍ଚିଲେ ଯାଇ....

1 min
203

ଏ ଜୀବନ ଏକ ସୀମାହୀନ ନଈ

ଖୋଜିବାକୁ କେବଳ ସୀମା

ସମୟର ବନ୍ଧନରେ

ଯାଉଛି ବହି....।

ସୁଖ ଦୁଃଖ ପାପତାପ ସହି

ମିଶିବାକୁ ଦେଵାତ୍ମା ପୟରେ

ଆଚରଇ ତପ ସେତ

କର୍ମରେ ରହି....।

ପରିସମାପ୍ତିରେ ପହଞ୍ଚିବ

ପରିମାର୍ଜିତ ରୂପ

ସୁସଙ୍ଗତର ପରିସୀମା

ଜଞ୍ଜାଳ ବୋହି....।

ନିର୍ଜନ ଏକ ଅଚିହ୍ନା ରାଇଜ

କହିବ ସେ କର୍ମର ରୂପ

ହେବ ଜୀବନର ଅଙ୍କକଷା

ପହଞ୍ଚିଲେ ଯାଇ....।

ଉଷ୍ଣ ପ୍ରସବଣ ର ଉଷ୍ଣତାକୁ ସହି

ଅମୃତ ର ବିନ୍ଦୁ ପିଇ

ପହଞ୍ଚିଲେ ଯାଇ......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract