STORYMIRROR

Illa Kanungo Mohapatra

Romance Others

4  

Illa Kanungo Mohapatra

Romance Others

ବିଶ୍ୱାସ ର ଚାବି କାଠି...

ବିଶ୍ୱାସ ର ଚାବି କାଠି...

1 min
289

ବେଳେ ବେଳେ

ମତେ କାହିଁକି ଏମିତି ଲାଗେ

ତମେ ମତେ ବୁଝି ପାରନି...

କେବେ କେବେ

ତମେ ବୁଝି ପାରନି

ମୋ ମନର ଯନ୍ତ୍ରଣାକୁ...

ପୁଣି କେବେ କେବେ

ତମେ ମାପି ପାରନି

ମୋ ମନରେ ଉଠୁଥିବା

ଖୁସିର ଜୁଆର କୁ.....

କେବେ କେବେ

ମତେ ଲାଗେ

ତମେ ବୁଝି ପାରନା

ମୋ ମନର

ଆଶା ଆଉ ଉଦ୍ଦୀପନାକୁ...

ହେଲେ ମତେ ଖୁସିଲାଗେ

ତମେ ବାନ୍ଧି ରଖ

ଆମ ସମ୍ପର୍କ ରେ ସେଇ

ବିଶ୍ୱାସ ର ଚାବି କାଠି କୁ..... 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance