STORYMIRROR

Dharitri Das

Inspirational

3  

Dharitri Das

Inspirational

ମାଟି ମାଆର ମମତା

ମାଟି ମାଆର ମମତା

1 min
261

କାହିଁ ଥିଲା ଏଡ଼େ ଭୟଙ୍କର ସେ ମହାମାରୀ

ଗ୍ରାସିଗଲା ସାରା ବିଶ୍ୱେ କରୋନା ନାମ ଧରି।

ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇ ହନ୍ତସନ୍ତ

ମୃତ୍ୟୁ ସଂଖ୍ୟା ଦେଖି ସରକାର ଯେ ନୟାନ୍ତ।

ବୈଜ୍ଞାନିକ ଆଉ ଡାକତର ଓ ଵଇଦ 

ପ୍ରତିକାର ପାଇଁ ପାଉନାହାନ୍ତି ଔଷଧ।

ସରକାର କରି ଲକ ଡାଉନ ଘୋଷଣା

ଚେଷ୍ଟା ରତ ସଦା ରୋକି ଦେବାକୁ କରୋନା।

ଦେଶ ସାରା ଦେଖ ଗରିବଙ୍କ ଭେଳା ବୁଡ଼ିଲା

ଜଳଖିଆ ଵାଲା ଘର କୋଣେ ବସି କାନ୍ଦିଲା।

ଏହିଥିରୁ ଶିଖ ଆମ ଭାରତର ଜନତା

ସଦାବେଳେ ସାଜ ତୁମେରେ ସଞ୍ଚୟ କରତା।

ପିମ୍ପୁଡ଼ି ପରି ଭବିଷ୍ୟତ ନିମିତ୍ତ ସଞ୍ଚିବ

ମହାମାରୀ ବାତ୍ୟା ଦେଖି କେବେ ଡରି ନଯିବ।

ଛାଡି ଦେବା ଆମେ ପ୍ରବାସୀ ହେବାର ଅଭ୍ୟାସ

ଆମ ଦେଶ ମାଟି ମାଆକୁ କରିବା ବିଶ୍ୱାସ।

ଖଟାଇବା ବୁଦ୍ଧି କରିବା ଦେଶର ସମୃଦ୍ଧି

କଞ୍ଚାମାଲ ଆମ ଦେଶରେ ହୋଇଛି ଖୁନ୍ଦି।

ଭାରତୀୟ ସବୁ ଆସ ହୋଇବା ଏକତ୍ର

ଦେଶ ପାଇଁ କାମ କରି ହେବାରେ ସୁପୁତ୍ର।

ଛାଡିବାନି କେବେ ମାଟି ମାଆର ମମତା

ଘୋଷୁଥିବା ସଦା ତାର ଉନ୍ନତ୍ତି ବାରତା।

ଦିନରାତି ଏକ କରି କରିବା ଉନ୍ନତ୍ତି

ହାରିବନି ଦେଶ ଆସିବ ଯେବେ ବିପତ୍ତି।

ତେବେ ସିନା ବଢିଯିବ ଦେଶର ଗୌରବ

ଭାରତୀୟ ବୋଲି ଆମେ କରିବା ଗରବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational