STORYMIRROR

Gangotri Priyadarshini

Inspirational

3  

Gangotri Priyadarshini

Inspirational

ଜୀବନ ଗୀତି

ଜୀବନ ଗୀତି

1 min
213


ସବୁ ଋତୁ ଆସି 

ପୁଣି ଫେରିଯାନ୍ତି,

ଏଇ ଯେମିତି ବର୍ଷା,ବସନ୍ତ,ବୈଶାଖ ......


ଅହରହ ନିଃଶ୍ୱାସ ପ୍ରଶ୍ଵାସର 

ବେଧଡକ ଯାତ୍ରା

ଆଖି ପଲକ ,

ତା ଆପଣା ଛାଏଁ ବସ୍ ଉଠ୍

ସ୍ମୃତି ସବୁ ଏମିତି 

ଠୁଳ ହୋଇ ଯାଆନ୍ତି ହୃଦୟ ଚାଙ୍ଗୁଡିରେ

ଫୁଲ ଫୁଟି ଝଡ଼ିଯାଏ  

ଦିବସ ଅନ୍ତେ....


ତାରା ମେଳି 

ଲୁଚକାଳି ବାଦଲ ଉହାଡେ 

ଶିଶୁ ଓଠେ ,

ଚମତ୍କାର ହସର ଝଲକ

ଏଇ ଯେମିତି ଧାରେ ବିଜୁଳି ଚକ୍ ମକ୍ ... ...

ସୁଖ ଦୁଃଖ 

ପଥ ପ୍ରାନ୍ତେ ଅତିଥି ଗୃହ .....


ଦୁନିଆରେ ସମସ୍ତେ ଯେମିତି

ଚିହ୍ନାରୁ ଅଚିହ୍ନା

ପରରୁ ଆପଣା

କି ଅଜଣା ବାସ୍ନା ଖେଳିଯାଏ

ଚାରିଆଡେ ପରିତୃପ୍ତି ର ଭାଵନା .....


ଏଇତ ଦୁନିଆ

ମୁଁ,ତୁମେ,ଆମେ ସମସ୍ତେ

ଶାନ୍ତିରେ ରହିବା

ମାନବବାଦର ଦ୍ୱାହି ଦେଇ

ବିଶ୍ଵ ହିତେ ଏକତାର ଜୟଗାନ କରିବା .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational