Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Prakash Majhi

Abstract Classics

4.7  

Er. Prakash Majhi

Abstract Classics

ପୁତ୍ର ନାହଁ ମାଆ କୋଳେ

ପୁତ୍ର ନାହଁ ମାଆ କୋଳେ

1 min
248


ତାଳ ଓ ତମାଳ ବନରାଜି ନୀଳ 

ଶୋଭା ମୋ ଜନମ ଭୂଇଁ 

ଗ୍ରାମ୍ଯ ଉପାନ୍ତରେ କଳା କୁଞ୍ଜବର 

ପଲ୍ଲୀ ବୋଧୁ ଯାଏ ନଇଁ। {୧}


ପଲ୍ଲୀ ନଦୀ ଘାଟ ଗ୍ରାମ ଧେନୁ ଗୋଠ

ମାଆ ମଙ୍ଗଳା ମନ୍ଦିର 

ଚାଟଶାଳୀ ଚାଟ ଦରୋଟି ତୁଣ୍ଡର 

ନିଖୁଣର ଶିଳ୍ପୀତ୍ୱର। {୨}


ସିନ୍ଦୁରା ଫଟାଇ ଅରୁଣ ଲାଲିମା 

ପୂରୁବରେ ବିରାଜନ୍ତି 

ବଧୂ ସମାର୍ଜନ କରେ ଗୃହାଙ୍ଗଣ 

ପୂଜେନିତି ବୃନ୍ଦାବତୀ। {୩}


ମଙ୍ଗଳ ଆଳତୀ ଶୁଭ ଶଙ୍ଖଧ୍ୱନି 

ଶୁଭେ ଖୋଳ, ଗିନି, ଘଣ୍ଟି 

ଶିଶୁ ତୁଣ୍ଡେ ମୁଢି ଚୁଡାର ଆହାର 

ବୃଦ୍ଧ ତୁଣ୍ଡେ ଦାନ୍ତ କାଠି। {୪}


ଖେତରୁ ବାହୁଡି ଆସେ କୃଷିବଳ 

ଫେରଇ କ୍ଳାନ୍ତ ଗୋପାଳ 

ଭାଗବତ ଘରୁ ଶ୍ରବଣ ହୁଅଇ

ବନ୍ଦେ ଶ୍ରୀଗୁରୁ ଚରଣ। {୫}


ଅବୋଧ ବାଳକେ ଜେଜେ ମାଆ ପାଶେ

ଶୁଣଇ କାହାଣୀ ପେଡି 

ବୟସୀ ରାତିରେ ଖଦ୍ୟୋତ ଆଲୁଏ

ପେଚା ଶବଦର ରଡି। {୬}


ବୃକ୍ଷ ଅନ୍ତନାଡି କରତର କଳ

ତୋଟାମାଳ ତ ଶ୍ରୀହୀନ 

ଆଜି ଶିକ୍ଷିତଙ୍କ କିଣା କିଂକରରେ 

ପଲ୍ଲୀ ନଗର ଜୀବନ। {୭}


ସବୁଜର ଶୋଭା ନବଗଢା ଶିଳ୍ପେ 

ଚିମିନିର ଧୂଆଁ ତଳେ 

ଶସ୍ଯ କରି ହାସ୍ୟ ସାଜି ପଥ ଭିକ୍ଷା 

ପୁତ୍ର ନାହଁ ମାଆ କୋଳେ। {୮}


Rate this content
Log in

Similar oriya poem from Abstract