Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Prakash Majhi

Children

4.3  

Er. Prakash Majhi

Children

ଅଦୃଶ୍ୟ ସଂପଦ

ଅଦୃଶ୍ୟ ସଂପଦ

1 min
190


ବ୍ୟାପ୍ତ ବାରିଧିର ବିଶାଳର ଭୂମି 

ଅଟେ ଛବିଳ ଉତ୍କଳ 

ଆପଣା ଗରଭେ ଯତନେ ସଜାଇ

ରଖିଛି ଶସ୍ୟ ଶାମଳ। [୧]


ଅରଣ୍ୟ ସଂପଦ ଅଦୃଶ୍ୟ ସଂପଦ 

ମାଙ୍ଗାନିଜ କ୍ରୋମାଇଟ 

ଭରିଛି କୋଇଲା ଲୁହା ଗ୍ରାଫାଇଟ 

ନିକେଲ ବକସାଇଟ। [୨]


ମୟୁରଭଞ୍ଜ ଓ ସୁନ୍ଦରଗଡରେ 

କେନ୍ଦୁଝର ଯାଜପୁର 

ନିୟୁତ ନିୟୁତ ଲୌହର ପ୍ରସ୍ତର 

ପ୍ରକୃତିର ଗନ୍ତାଘର। [୩]


ପଥର କୋଇଲା ଖଣି ଭରି ଅଛି

ତାଳଚେର ରାମପୁରେ

ତାପଜ ବିଦ୍ୟୁତ ଦ୍ରବ୍ୟ ରଙ୍ଗ ଓଷ

ସାର ଉତ୍ପାଦନ କରେ। [୪]


ସୁନ୍ଦରଗଡର ବୀରମିତ୍ର ପୁର

କୋଟପାଡ କୋରାପୁଟ

ଚୂନ ପଥରରେ ମହଜୁଦ ଥାଇ 

ଉତ୍ପାଦଇ ତ ସିମେଣ୍ଟ। [୫]


ଆଧୁନିକ ଶିଳ୍ପ ଧାତୁ ମାଙ୍ଗାନିଜ 

ଓଡ଼ିଶାର ଅନ୍ୟତମ 

ରସାୟନ ଦ୍ରବ୍ୟ ଇସ୍ପାତ ବ୍ୟାଟେରୀ 

ପ୍ରସ୍ତୁତି କରଣ କାମ। [୬]


ତରଳ କରାଏ ବିବିଧ ଧାତୁକୁ 

ଅଟଇ ସେ ଗ୍ରାଫାଇଟ 

ବିଶେଷ ମିଳଇ ବଲାଙ୍ଗୀର ଗଡେ

କଳାହାଣ୍ଡି କୋରାପୁଟ। [୭]


ଷ୍ଟେନଲେସ ଷ୍ଟିଲ ନିର୍ମାଣେ ସହାୟ 

କ୍ରୋମାଇଟ ବ୍ୟବହୃତ 

ସୁକିନ୍ଦା ସୁତ୍ରାଙ୍ଗି କାଠ ପାଳ ଠାରେ

ସରୁଆବିଲେ ଗଚ୍ଛିତ। [୮]


ଓଡିଶା ଦରିଦ୍ର ଥାଇକି ସମ୍ପଦ 

ରହି କେତେ ଅନ୍ତରାୟ

 ଉତ୍ତୋଳନ କଲେ ଧାତବ ରାଶିକୁ 

ହୋଇବ ଐଶ୍ଚର୍ଯ୍ୟମୟ। [୯]


Rate this content
Log in

Similar oriya poem from Children