STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଝାଉଁଳା ଦିଶିଲା ବଗର ମୁହଁ

ଝାଉଁଳା ଦିଶିଲା ବଗର ମୁହଁ

1 min
285


        ଡଗଡ଼ଗିଆ ହେ କଙ୍କଡ଼ା ନନା

        ଇଆଡ଼େ ଅନା

        ନଈ ଆଡ଼େ ଟିକେ ଆସୁନୁ କାହିଁକି

            କିଏ କିବା ତୋତେ କରିଛି ମନା। ।। 


        କିଏ ତୋତେ ଏଠି ଛାଡ଼ିଲା ଆଣି

        ଅଛୁ କି ଜାଣି

        ତୋ ପାଇଁକି ଭଲ ନୁହେଁ ଏ ଗଡ଼ିଆ

            ଇସ୍ କି ଅସନା ଏହାର ପାଣି ।। 


        ନଈ ପାଣି ସଫା କାଚଟି ପରି

        ଜୀବନ ଧରି

        ରହିବାକୁ ଭାରି ଭଲ ସେଇ ଜାଗା

            ଏଠି ରହିଲେ ତୁ ଯିବୁ ତ ମରି ।। 


        ସଫା ପାଣି ସେଠି ଯାହାକୁ ଯେତେ

        କାହିଁକି ଏତେ

        ଅସନା ପାଣିରେ କାଟିବୁ ତୁ ଦିନ

            ଆସୁନୁ ମୋ ସାଥେ ଦେଖିବୁ କେତେ ।। 


        ଜୀବଟିଏ ସତେ ତୁ କିବା ହୀନ

        ବିତିବ ଦିନ

        ସୁଖରେ ଶାନ୍ତିରେ, ଗଲେ ସେଇଠିକି

            ଦେଖିବୁ ତୁ ନାନା ଜାତିର ମୀନ ।। 


        ତୋତେ ଭାରି ଭଲପାଏ ମୁଁ ଯେଣୁ

        କହିଲି ତେଣୁ

        ନୂଆ ସାଙ୍ଗମେଳେ ମଜା ସବୁବେଳେ

            କରିବୁ ,ମୋ ସାଥେ ଆ' ତୁ ଏଣୁ ।। 


        ବଗ ଭାଇନା ତୁ କହୁଛୁ ସିନା

        ଜାଣିଛୁ କିନା

        ଗୋଳିପାଣି ଭାରି ସୁହାଏ ଟି ମୋତେ

            ବଞ୍ଚି ପାରିବିନି ମୁଁ ତାହାରି ବିନା ।। 


        ଜାଣେ ତୁ'ଟା ଭାରି ଉପରେ ପଡ଼ା

        ଧରମ ଛଡ଼ା

        ଝାଉଁଳା ଦିଶିଲା ବଗର ମୁହଁଟି

            ଶୁଣି କଙ୍କଡ଼ାର କଥା ଏ କଡା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational