STORYMIRROR

Sachidananda Kar

Children

3  

Sachidananda Kar

Children

ଭଲ ସହି ସୁନା ଝଅଲମଲ

ଭଲ ସହି ସୁନା ଝଅଲମଲ

1 min
127

    ଶିଆଳ କହିଲା ଠେକୁଆ ଭାଇ

      ଲୁଚିବାକୁ କିଆଁ ଯାଉଛୁ ଧାଇଁ

    ଆସିଛି ମୁହିଁ

      ଆ' ମୋ ସାଥିରେ ଖେଳିବୁ ତୁହି ।। 


    ଠେକୁଆ କହିଲା କେଉଁଠି ଘର

      ତତେ ଦେଖି ମତେ ଲାଗୁଛି ଡର

    ଶିଆଳ ତୁହି

      ଭଲ କରି ତତେ ଜାଣିଛି ମୁହିଁ ।। 


    ଶିଆଳ କହିଲା ନାହିଁ କି ବେଳ

      ଆସୁନୁ ଟିକିଏ ଖେଳିବା ଖେଳ

    କରିବା ମଜା

      ତୁ ନୁହେଁ ପରଜା ମୁଁ ନୁହେଁ ରଜା ।। 


    ଠେକୁଆ କହିଲା ନାହିଁରେ ବେଳ

      ଆଜି ପାଇଁ ମୋର ସରିଛି ଖେଳ

    ତୁ ମତେ କାଳ

      ମତେ ଦେଖି ତୋର ଗଡୁଛି ଲାଳ ।। 


    ଶିଆଳ କହିଲା ମାରନା ଚିଲା

      ଜାଣିଛି ମୁଁ ତତେ ତୁ ସୁନାପିଲା  

    କଥାଟି ଏହି

      ତୋ ପରିକା ଭଲ ନାହିଁରେ କେହି ।। 


    ଠେକୁଆ କହିଲା ଯାଆ ତୁ ଏବେ

      ଯାହା ତୁ କହ ମୁଁ ଯିବିନି କେବେ

    ଶିଆଳ ଟୋକା

      ଭାବିଛୁ କି ମତେ ମୁଁ ଗୋଟେ ବୋକା ।। 


    ମତେ କି ଅଜଣା ତୋ ମନଭାଷା

      ଖାଇବାକୁ ମତେ କରିଛୁ ଆଶା

    ନାଇଁରେ ନାଇଁ

      ଯିବିନି ତୋ ସାଥେ ଖେଳିବା ପାଇଁ ।। 


    ଭଲ ସହି ସୁନା ଝଅଲମଲ

      ମନ୍ଦ ବୁଦ୍ଧି ଜମା ନୁହେଁରେ ଭଲ

    ଉତ୍ତର ଠୋସ୍

      ଶୁଣି ଶିଆଳର ଉଡ଼ିଲା ହୋସ୍ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children