Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sachidananda Kar

Inspirational Children

4  

Sachidananda Kar

Inspirational Children

ମୁହଁ ପଡ଼ିଗଲା କଳା

ମୁହଁ ପଡ଼ିଗଲା କଳା

1 min
288



        କୁମ୍ଭୀର କହିଲା ମାଙ୍କଡ଼ ଭାଇ ହେ

            ପଛ କଥା ଯାଆ ଭୁଲି

        ସାଙ୍ଗରେ ଟିକିଏ ନେଏ ମୋତେ, ତୋର

            ଘରକୁ ଯିବି ମୁଁ ବୁଲି ।


        ମାଙ୍କଡ଼ କହିଲା ତୁ ଗୋଟେ ମିଛୁଆ

            ତୋତେ ମୋର ଭାରି ଡର

        ଜାଣେ ତୋର ଫାନ୍ଦ ତୁ କିବା ନ ଜାଣୁ

            ବଣରାଇଜେ ମୋ ଘର ।


        ମହାବଳ ବାଘ ଅଛି ସେଠି,ତାକୁ

            ଦେଖିଲେ ଯିବୁ ତୁ ଡରି

        ଧାଇଁ ଆସି ତୋତେ ଧରିନେବ ଯେବେ

            ଜୀଇ ଥାଉଁ ଯିବୁ ମରି ।


        ସିଂହ ଅଛି,ସିଏ ଭାରି ଭୟଙ୍କର

            ଦେଖି ତୋ ଉଡ଼ିବ ହଂସା

        ତଣ୍ଟି ଓଠ ହେବ ଅଠା ଅଠା, ପାଣି

            ପିଇଯିବୁ ଦୁଇ କଂସା ।


        ଦେଖିଲେ ତୁ ହାତୀ ଥରିବ ତୋ ଛାତି

            ରକତ ଫାଟିବ ପାଣି

        ହଜିଯିବ ବୁଦ୍ଧି ଫେରିବାକୁ ଘରେ

            ବାଟ ପାରିବୁନି ଜାଣି ।


        ବଣୁଆ ଭାଲୁଟା ଆସିଯିବ ଯେବେ

            ଜିଭ ଲହଲହ କରି

        ଭେଏଁ ଭେଏଁ ହୋଇ କାନ୍ଦିବୁ ସେଇନା

            କାନ୍ଦୁରା ଛୁଆଙ୍କ ପରି ।

        

        କୁମ୍ଭୀର କହିଲା ଭାରି ସାହସୀ ମୁଁ

            ଡର ଭୟ ନାହିଁ ମୋର

        ଜାଣି ସେଥିପାଇଁ ବାହାରିଛି ମୁହିଁ

            ବୁଲିବାକୁ ଘର ତୋର ।


        ମାଙ୍କଡ଼ ଭାଇରେ ଆସି ମୋ ପାଖକୁ

            ସାଙ୍ଗରେ ନେଇଯା' ମୋତେ

        ପାଚିଲା ପାଚିଲା ଜାମୁକୋଳି ମେଞ୍ଚେ

            ଆଣିଛି ଦେବି ମୁଁ ତୋତେ ।


        ମାଙ୍କଡ଼ କହିଲା କଲିଜା ଲୋଭୀ ତୁ

            ଯିବିନି ମୁଁ ଗଛ ଛାଡ଼ି

        ଅନ୍ଧ ପରି ଥରେ ହଜେଇଛି,ଆଉ

            ହଜେଇବି ନାହିଁ ବାଡ଼ି ।


        ଥାଉ ତୋ ଚାଲାକି ଯାଏ ମୁଁ ଘରକୁ

            ଯାଆ ତୁ ତୋ ବାଟେ ପଳା

        ଏଇ କଥା ତା'ର ଶୁଣି କୁମ୍ଭୀରର

            ମୁହଁ ପଡ଼ିଗଲା କଳା ।



Rate this content
Log in

Similar oriya poem from Inspirational