STORYMIRROR

Sachidananda Kar

Children

4  

Sachidananda Kar

Children

ମୁଁ ମହୁମାଛି

ମୁଁ ମହୁମାଛି

1 min
337

    ବରଷା ହେଉ କି ହେଉ ବସନ୍ତ

      ହେଉ ଗୀରିଷମ କି ଅବା ଶୀତ

    ମୋ ଆହାର ପାଇଁ ଫୁଲ ଖୋଜେ ମୁହିଁ

      ଫୁଲଟି ମୋହରି ଅସଲ ମିତ ।। 


    ଗୀରିଷମ ଯେବେ ଛୁଏଁ ଧରାକୁ

      ମଲ୍ଲି ବଉଳର ଚହଟେ ବାସ

    ସେ ଫୁଲରେ ଭାରି ଆଦର ମୋହରି

      ବଇଶାଖ ଜ୍ୟେଷ୍ଠ ଏ ଦୁଇ ମାସ ।। 


    ଟିପି ଟିପି ଟିପି ପଡ଼େ ବରଷା

      ମନୋହର ଦିଶେ ବଗିଚା ବନ

    ଆଷାଢ଼ ଶ୍ରାବଣ ସତେ ମୋ ପରାଣ

      କିଆ କେତକୀରେ ଥାଏ ମୋ ମନ ।। 


    ଫୁଟି ଜହ୍ନିଫୁଲ ଗଙ୍ଗଶିଉଳି

      ଶରତରେ ମୋତେ କରନ୍ତି ବଶ

    ଭୋଦୁଅ ଅଶିଣ ହୁଅନ୍ତି କାରଣ

      ମୋ ଓଠରେ ଯେବେ ଉକୁଟେ ହସ ।। 


    ହେମନ୍ତରେ ବହେ ହେମାଳ ବାଆ

      ଫୁଟେ ସୂର୍ଯ୍ୟମୁଖୀ କୁଆଡ଼େ କେତେ

    ପାଏ କାର୍ତ୍ତିକରେ ଆଉ ମଗୁଶିରେ

      ମୋ ପେଟ ପାଇଁକି ଲୋଡ଼େ ମୁଁ ଯେତେ ।। 


    ଶୀତେ ନଈପଠା ସୋରିଷ କ୍ଷେତ

      ମଧୁ ଆଣି ଆସେ ମୋହରି ପାଇଁ

    ପଉଷ ମାଘରେ ମୋର କୁନି ଘରେ

      ଥାଏ ମୁଁ ସୁଖେ ମୋ ଅଭାବ ନାଇଁ ।। 


    ବସନ୍ତ ଆସିଲେ ବହେ ମଳୟ

      ଚାରିଆଡ଼େ ବସେ ଫୁଲର ମେଳା

    ଫଗୁଣେ ଚଇତେ ଖୁସି ଲାଗେ ମୋତେ

      ଜୀବନେ ମୋ ଆସେ ମଧୁରବେଳା ।। 


    ଜାଣିଛ କି ମୋତେ ମୁଁ ମହୁମାଛି

      ଫୁଲ ରସ ବିନା ନ ପାରେ ବଞ୍ଚି

    ଫୁଲେ ଫୁଲେ ବସି ରସ ନିଏ ଶୋଷି

      କିଛି ଖାଇ କିଛି ରଖେ ମୁଁ ସଞ୍ଚି ।। 


    



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Children