STORYMIRROR

Sachidananda Kar

Children

3  

Sachidananda Kar

Children

ଆଉ ଖୁସି ମଜା କାହିଁ

ଆଉ ଖୁସି ମଜା କାହିଁ

1 min
133


        ନୂଆ ବରଷରେ ଖୁସି ମଜା ପାଇଁ

            ଯାଇଥିଲୁ ଆମେ ବୁଲି

        ଯେତେ ଖୁସି ହେଲୁ ଯାହା ମଜା କଲୁ

            ମନରୁ ପାରୁନି ଭୁଲି ।। 


        ବାପା ଥିଲେ, ମାଆ ଥିଲେ ଆମ ସାଥେ

            ଥିଲା ମୋର ସାନଭାଇ

        ଆମ ପୋଷା 'ଟମି' ଥିଲା ବି ସାଥିରେ

            ଥିଲେ ଆମ ଅଜା ଆଈ ।। 


        ପେଣ୍ଡୁ ଗୋଟେ ସାଥେ ନେଇଥିଲୁ ଆମେ

            ଖେଳିବାକୁ ମନକରି

        'ଟମି'ଟା ଆମର ନେଇଯାଇ ଆଗ

            ଖେଳିଲା ତାହାକୁ ଧରି ।। 


        ଖେଳରେ ତାହାର ସବୁବେଳେ ମନ

            ଭାରି ଖେଳୁଆଡ଼ ସିଏ

        ଠିଆ ହୋଇ ତାକୁ ଚାହିଁଛି ଘଡ଼ିଏ

            ତା' ଖେଳ ଦେଖିଛି ଯିଏ ।। 


        ଉପରକୁ ଡେଇଁ ଦଉଡ଼ି ଧାଇଁ ସେ

            ଖେଳୁଥିଲା ପେଣ୍ଡୁ ଖେଳ

        ଦେଖିବାକୁ ଆମେ ଏକାଠି ହୋଇଲୁ

            ହୋଇଗଲେ ଲୋକମେଳ ।। 


        'ଟମି' ସାଥେ ଯାଇ ମିଶିଗଲି ମୁହିଁ

            ଖେଳିଲି ବହୁତ ଖେଳ

        ଭାଇ ବି ଆସିଲା ଆମ ସାଙ୍ଗ ହେଲା

            ଜଣା ପଡ଼ିଲାନି ବେଳ ।। 


        ଖେଳି ଖେଳି ଆମେ ଥକିଗଲୁ ହେଲେ

            ସିଏ ଥକିଲାନି କେବେ

        ମୁହଁ ସଞ୍ଜ ହେଲା ବାପା କହିଦେଲେ

            ଚାଲ ଫେରିଯିବା ଏବେ ।। 


        ଫେରିବାକୁ ହେଲା ଫେରି ବି ଆସିଲୁ

            ସମୟକୁ ଦେଖି ଚାହିଁ

        ଖେଳିବାରେ ଖୁସି ବୁଲିବାରେ ମଜା

            ଆଉ ଖୁସି ମଜା କାହିଁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children