STORYMIRROR

Sachidananda Kar

Children

4  

Sachidananda Kar

Children

ଗାଆଁକୁ ଆମରି ଆସିଛି ଶୀତ

ଗାଆଁକୁ ଆମରି ଆସିଛି ଶୀତ

1 min
365


     ପଉଷ ମାଘ

     ବୁଡ଼ିଲେ ସୂରୁଯ ଥରୁଛି ଦେହଟି

      ଲାଗେ ସତେ ମାଡ଼ି ଆସୁଛି ବାଘ ।। 


     ଶୀତଳ ବାଆ

     ଥିଇରି ବହୁଛି ଉତ୍ତର ଦିଗରୁ

      ଶୀତବାସ ଲୋଡ଼ା ପଡୁଛି ଆହା ।। 


     ସକାଳ ଖରା

     କାଟୁନାହିଁ ଜମା ଲାଗୁଛି ନରମ

      ହେମାଳ ସତେ କି କଲିଜା ଥରା ।। 


     ବଗିଚା ଶୋଭା

     ଡାଲିଆ ସେବତୀ ଗେଣ୍ଡୁ ଗୋଲାପରେ

      ଦିଶୁଛି ଆହା ସେ କି ମନଲୋଭା ।। 


     ସୋରିଷ କ୍ଷେତ

     ଭାରି ମନୋରମ ଦିଶେ ନଦୀପଠା

      ସୁନାରଙ୍ଗୀ ଢେଉ ତୋଳଇ ସେ'ତ ।। 


     ଅମଳ ବେଳ

     ଧାନ କଟାକଟି ଚାଲିଛି ବୋଲିକି

      ବିଲରେ ଜମୁଛି ଚାଷୀଙ୍କ ମେଳ ।। 


     ମକର ମେଳା

     ନାଚରେ ଗୀତରେ ଆଦିବାସୀ ପିଲା

      ଆନନ୍ଦେ କାଟୁଛି ପରବ ବେଳା ।। 


     ମୁକୁତା ଟୋପା

     ସାରା ରାତି ଏବେ ଘାସପତରରେ

      ପଡୁଛି ଶିଶିର ଥୋପାକୁ ଥୋପା ।। 


     ଶୁଖିଲା ବାଟ

     ପାଳଙ୍ଗ ଟମାଟୋ କୋବି ବାଇଗଣ

      ପନିପରିବାର ବସୁଛି ହାଟ ।। 


     ଦିନଟି ସାନ

     ବୁଡ଼ିଗଲେ ବେଳ ଶୁଭୁଛି ନାନାଦି

      ପକ୍ଷୀମାନଙ୍କର ମଧୁର ଗାନ ।। 


     ମିତରେ ମିତ

     ହେମନ୍ତଟି ଏବେ ନେଇଛି ବିଦାୟ

      ଗାଆଁକୁ ଆମରି ଆସିଛି ଶୀତ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children