STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ପଚାର ଯାଇ ମାଆକୁ

ପଚାର ଯାଇ ମାଆକୁ

1 min
351


        

        ଯୁଆଡ଼େ ଯାଉ ସାଥିରେ ନେଉ

            ଛାଇ କହିଲା ଖରାକୁ

        ଖରା କହିଲା ମୁଁ ଏକା ନୁହେଁ

            ତୁ ବି ଲୋଡ଼ା ଧରାକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            କାତ କହିଲା ନାଆକୁ

        ନାଆ କହିଲା ତୁ ମୋର ବଳ

            ଯାଇପାରେନି ଛାଆଁକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            ବାସ କହିଲା ଫୁଲକୁ

        ଫୁଲ କହିଲା ନିଜର ତୁହି

            ଜାଣେ ମୁଁ ତୋର ମୂଲକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            ଧୂଳି କହିଲା ବାଆକୁ

        ବାଆ କହିଲା ଯାଆନ୍ତି କେତେ

            ପର କରିବି କାହାକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            ତାରା କହିଲା ରାତିକୁ

        ରାତି କହିଲା ସୁନ୍ଦର ତୁହି

            ମୋର ଆକାଶ ଛାତିକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            ସୁର କହିଲା ଗୀତକୁ

        ଗୀତ କହିଲା ମିତଟି କେବେ

            ଭୁଲି କି ପାରେ ମିତକୁ ।। 


        ଯୁଆଡ଼େ ଯାଉ ସାଥିରେ ନେଉ

            ପାଠ କହିଲା ଚାଟକୁ

        ଚାଟ କହିଲା ତୁ ପରା ଏକା

            ଦେଖାଉ ଭଲ ବାଟକୁ ।। 


        କାହିଁକି କିଏ କା' ସାଥେ ଯାଏ

            ପଚାରି ବୁଝ ତାହାକୁ

        କିଛି ନ ହେଲେ ଯାଅରେ ପିଲେ

            ପଚାର ଯାଇ ମାଆକୁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational