STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ହେବା ଜଣେ ପାଞ୍ଚଜଣରେ

ହେବା ଜଣେ ପାଞ୍ଚଜଣରେ

1 min
130

    ଖରାଟା ହସୁଛି ବାଟରେ

    ଶୁଖିଲା ପଡ଼ିଛି ନଈଟି ନାଆଟା

      ମୁହଁ ଶୁଖାଇଛି ଘାଟରେ

    ଏ ତ ଗୀରିଷମ କାଳରେ

    ନାହିଁ ତ କେଉଁଠି ବସନ୍ତ ସୁଷମା

      ନାହିଁ ସୁଖ ତୋଟାମାଳରେ ।। 


    ଚଷାପୁଅ ମନ ଚାଷରେ

    ନାଲି ଗୁଲୁଗୁଲୁ ସାଧବବୋହୂଙ୍କ

      ଆସର ଜମୁଛି ଘାସରେ

    ଋତୁ ଏ ତ ନାଆଁ ବରଷା

    ଫୁଟୁଛି କଦମ୍ବ ଗିରିବନେ ପାଇ

      ଝିପିଝିପି ମେଘ ପରଶା ।। 


    ଧରଣୀ ହଜିଛି ଶୋଭାରେ

    କଇଁ କାଶତଣ୍ଡି ଜହ୍ନଫୁଲ ମେଳେ

      ଦିଶୁଛି ବି ମନଲୋଭାରେ

    ଏ ତ ନିରିମଳ ଶରତ

    ଜହ୍ନ ଜୋଛନାରେ ଶେଫାଳି ବାସରେ

      ସୁନ୍ଦର ଲାଗୁଛି ମରତ ।। 


    ଶିଶିର ପଡୁଛି ରାତିରେ

    ଧାନଟା ପାଚୁଛି ତେଣୁ ଚାଷୀଙ୍କର

      ମନଟା ଯାଉଛି ମାତିରେ

    ଇଏ ତ ହେମାଳ ହେମନ୍ତ

    ରାତିଟା ବଢୁଛି ଦିନକର ତେଜ

      ଦେଖରେ କମୁଛି କେମନ୍ତ ।। 


    କଲିଜା ଥରୁଛି ଶୀତରେ

    ସୋରିଷ କ୍ଷେତରେ ସୁନାର ଢେଉଟି

      ଆନନ୍ଦ ଭରୁଛି ଚିତ୍ତରେ

    ଏ ତ ଘୋର ଶୀତକାଳରେ

    ଲୋଡ଼ା ପଡୁଅଛି ଶୀତବାସ ଏବେ

      ଦେହ ଭିଜୁନାହିଁ ଝାଳରେ ।। 


    ମଳୟ ବହୁଛି ସଧୀରେ

    ଫୁଟି ହସୁଛନ୍ତି ପଳାଶ ପଦୁଅଁ

      କୋଇଲି ଗାଉଛି ଅଧୀରେ

    ଏ ତ ଋତୁରାଜ ବସନ୍ତ

    ଗଛଲତା ନୂଆ ଫୁଲରେ ପତରେ

      ଲାଗନ୍ତି ହସନ୍ତ ହସନ୍ତ ।। 


    ଋତୁର ଛଟକ ଚାହାଣି

    ସବୁରି ମନରେ ଯାଏ ଲେଖିଦେଇ

      ଅନେକ ଅଭୁଲା କାହାଣୀ

    ହେଲେ ଆମେ ଗୁଣପଣରେ

    କରି ଭଲକାମ ଅରଜି ସୁନାମ

      ହେବା ଜଣେ ପାଞ୍ଚଜଣରେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational