STORYMIRROR

Puja Pradhan

Children Stories Inspirational

3  

Puja Pradhan

Children Stories Inspirational

କେକ,ପାଉଁରୁଟି

କେକ,ପାଉଁରୁଟି

1 min
191

ମୋପିଲାଦିନର କିଛି ମିଠା ସ୍ମୃତି

  ଯେବେଯେବେ ମନେ ପଡୁଥାଏ

ଟିକେ ହସରେ ମୁଁ କେତେ କଥା ସବୁ 

   ମନେମନେ ଭାବୁଥାଏ

ବାପାଙ୍କ ପାଖରୁ ମାଗି ନେଉଥିଲି

  କିଛି ପଇସା ଦିଅ ବୋଲି

ପାଞ୍ଚ ପଇସା, ଦଶପଇସା, ଏକାଠି କରି

  ଶହେ ପଇସା କରିଥିଲି

ପ୍ରତେକ ଦିନ ଭାବିବାକୁ ଲାଗେ

  ସ୍କୁଲରେ କିଭଳି ଖର୍ଚ୍ଚକରିବି ବୋଲି

କିଛିଦିନ ପରେ ଛୁଟି ସରିଯାଇ

  ପାଠ ପଢ଼ା ଆରମ୍ଭ ହେଲା

ଦିଆସିଲି ଖୋଳରେ ଏକାଠି ଜମାଇ ରଖିବା 

  ଏକଟଙ୍କା କଥା ମନେ ପଡିଲା

 ସକାଳୁ ସକାଳୁ ସାଙ୍ଗଙ୍କ ମେଳରେ

   ପାଠପଢିବାକୁ ବାହାରିଲି

 ସ୍କୁଲପାଖରେ ପାଉଁରୁଟି ଵାଲା

   ବୁଢ଼ା ବେପାରୀକୁ ଦେଖିଲି

 କେତେ ରକମର ରଙ୍ଗ ବେରଙ୍ଗର

   ନାଲି, ନେଳି, ହଳଦିଆ ପାଉଁରୁଟି ଦେଖିଲି 

  ଗୋଟିଗୋଟି କରି କଟା ହୋଇଥିବା

    ଥାକଥାକ କେକ, ବିସ୍କୁଟ ଦେଖି

  ଆଖିକୁ ମୋହର ଫେରାଇ ପାରେନା

    ସୁନ୍ଦର କେକ, ବିସ୍କୁଟ, ପାଉଁରୁଟି ଦେଖି

  ଧୀରେଧୀରେ ମୁଁ ସ୍କୁଲରେ ବସି

    ଖେଳ ଛୁଟି ଘାଣ୍ଟିକୁ ଚାହୁଁଥିଲି

  କିଛିସମୟର ବିଳମ୍ୱ ପରେ

   ଖେଳଛୁଟି ଘଣ୍ଟି ବାଜିଉଠିଲା

 ଅତି ସରାଗରେ ଜମାଇଥିବା

   ଦିଆସିଲି ଖୋଳର ପଇସା ହାତରେ ଧରି

 ଦୌଡିଯାଇ ପହଞ୍ଚିଲି ମୁଁ

    ଟିକେବି ନକରି ଡେରି

  ବୁଢ଼ାବେପାରୀକୁ ଜମାଇ ରଖିବା

     ସବୁ ପଇସାକୁ ଦେଇ

  ମନଖୁସିରେ ମୁଁ ନାଲି, ହଳଦିଆ

   କେକ, ପାଉଁରୁଟି ଦେଲି ଖାଇ

 କେତେ ବରଷର ପୁରୁଣା କଥା

    ଆଜିବି ଯେବେ ମନେ ପଡ଼ିଯାଏ

 କେତେ ଭଲ ଥିଲା ମୋପିଲାଦିନ

   ମନେମନେ ଭାବୁଥାଏ । 


Rate this content
Log in