STORYMIRROR

Puja Pradhan

Fantasy

4  

Puja Pradhan

Fantasy

ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ

1 min
50

  

ଗହଳ ଅରଣ୍ୟ ଶ୍ୟାମଳ ରେ ଭରା

 ସବୁଜିମା ଦିଶେ ଚାରିଆଡ଼

କୋଇଲିର କୁହୁ ତାନରେ ଗୁଞ୍ଜରିତ ହୁଏ

  ବନ, ଉପବନ, ପାହାଡ଼,

ଝରଣା, ତୋଟା ମାଳ

ଘନ ଅନ୍ଧାରିଆ ବାଦଲ ସାଙ୍ଗକୁ

  ଚିକିମିକି ବିଜୁଳିକୁ ସାଥିରେ ନେଇ

ଆଷାଢ଼ ଆସିଛି ବରଷା ରାଣୀକୁ

ସଭିଙ୍କୁ ଭେଟି ଦେବାପାଇଁ

 କଳା ମେଘ ଦେଖି ଆକାଶ ବୁକୁରେ

  ମୟୂର ନାଚଇ ପୂଛ ମେଲାଇ

  କାଚକେନ୍ଦୁ ପାଣି ଝରି ପଡୁଅଛି

 ପୃଥିବୀ କୋଳରେ ଆନନ୍ଦ ହୋଇ

 ଅମାପ ସୌନ୍ଦର୍ଯ୍ୟ କହି ହୁଏନାହିଁ

 ରୂପଯେ ତାହାର ଅବନ୍ଦନୀୟ

 ଶୀତଳ ପବନ ନାଚି ନାଚି ବହେ

  ଛିଟ ବରଷାକୁ ସାଥିରେ ଧରି

  ମନ୍ତ୍ର ମୁଗ୍ଧ ଭରା ସବୁଜିମା ଦିଶେ

 ପ୍ରକୃତି କୋଳରେ ତରୁଲତା ଗଣ

  ଧନ୍ୟବାଦ ଭେଟି ଦିଅନ୍ତି ସଭିଏଁ

  ଆକାଶକୁ ଚାହିଁ ବିଭୋର ହୋଇ

  ସେସବୁ ସାଉଁଟି ଜଳରାଶି ବିନ୍ଦୁ

 ଆକାଶ ରୁ ଝରେ ପୃଥିବୀ

କୋଳକୁ ଭିଜାଇବା ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy