Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ମନସ୍ବିନୀ ସାହୁ

Others Children

5.0  

ମନସ୍ବିନୀ ସାହୁ

Others Children

ଶୀତ ର ଆଗମନ

ଶୀତ ର ଆଗମନ

1 min
813


ଶୀତ ଲୋ ତୁ ଆସୁ 

ଅଳସୀ କନ୍ଯା ର

ଗୁଣ୍ଠୁଣି ଚାଲିରେ ,

ସଧବା ବୋହୂର

ପ୍ରାତ ସ୍ନାନରେ ।।୧।


ଶୀତ ଲୋ ତୁ ଆସୁ 

ମଗୁଶିର ମାସ ଗୁରୁବାର

ମାଣବସା ଘରେ ,

ମା' ର ଝୋଟି ଚିତା ଆଉ

ମଣ୍ଡା ପିଠାରେ ।।୨।


ଶୀତ ଲୋ ତୁ ଆସୁ

ଖୋଲା ପ୍ଲାଟଫର୍ମ ତଳେ 

ଗଡୁଥିବା ବିବୁକ୍ଷୁ ଦେହରେ,

ଅଶି ବରଷ ବୁଢା ର ଖୁଁ ଖୁଁ କାଶ 

ଆଉ ରୋମ ଟାଙ୍କୁରାରେ ।।୩।


ଶୀତ ଲୋ ତୁ ଆସୁ

ମୁହଁ ପୋତି ଛିଡାଥିବା 

ପାଚିଲା ଧାନ କ୍ଷେତରେ ,

ହଳଦୀ ଗୁରୁ ଗୁରୁ 

ସୋରିଷ ବିଲରେ ।। ୪।


ଶୀତ ଲୋ ତୁ ଆସୁ

ଚାଷୀ ଭାଇ ଗଳାର 

ସୁରେଲି ମୂର୍ଚ୍ଛନାରେ,

ସଂଜ ଓ ସକାଳ ର ଗରମ ଚା ର 

ଗରମ ପ୍ୟାଲିରେ ।।୫।


ଶୀତ ଲୋ ତୁ ବାହୁଡିଯାଉ

କୋଇଲିର କୁହୁ କୁହୁ ତାନେ

ବସଂତ ର ଉପହାର ଦେଇ,

ଫଗୁ ଅଭିର ର ସୁନେଲି 

ରଂଗ ମାଖି ଦେଇ ...।।୬।


Rate this content
Log in