STORYMIRROR

Manaswani Sahoo

Fantasy Others Children

3  

Manaswani Sahoo

Fantasy Others Children

ବେଙ୍ଗ ର ବିଳାପ

ବେଙ୍ଗ ର ବିଳାପ

1 min
211

ବେଙ୍ଗ ରଡି କଲା କଟର କଟ,

ବରଷା ପାଇଁ ହୁଏ ଛଟ ପଟ।

ଗଗନେ ମେଘର ଶୁଣି ନିନ୍ନାଦ,

ଖୁସିରେ ହୋଇଥାଆନ୍ତି ଉନ୍ମାଦ।

ମୟୂର ମୟୂରୀ ବନେ ଥାଇ,

ନୃତ୍ୟ କରନ୍ତି କଳା ମେଘ ଚାହିଁ।

କଳା ଘନ ଦେଖି ନାଚେ ମୟୂର,

ନୀଳ ଆକାଶରୁ ଝରଇ ନୀର।

ସବୁ ଋତୁ ମଧ୍ୟେ ବରଷା ସାର,

ବରଷା ହୋଇଲେ ସୁଖୀ ସଂସାର।

ବରଷା ଋତୁଟି ଜଗତ ମିତ,

ଜଳ ଦାନେ ତୋଷେ ସବୁରି ଚିତ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy