STORYMIRROR

Manaswani Sahoo

Others Children

3  

Manaswani Sahoo

Others Children

ସ୍ଵାଧୀନତା ଦିଵସ

ସ୍ଵାଧୀନତା ଦିଵସ

1 min
179

ଅଗଷ୍ଟ ପନ୍ଦର ପାଖେଇ ଆସେ,                               

ଏକତା ଭାବନା ମନରେ ଭାସେ।


ଏହି ଦିନ ଦେଶ ସ୍ବାଧୀନ ହେଲା                                

ବ୍ରିଟିଶ ହାତରୁ ଶାସନ ଗଲା।


ୟୁରୋପୀୟ ବ୍ରିଟିଶ ବଣିକ ଦଳ                                

ଅକ୍ତିଆର କଲେ କରିଣ ଛଳ।


ଦୁଇ ଶହ ବର୍ଷ କଲେ ଶାସନ,                                  

ଲୁଣ୍ଠନ କରିଲେ ଧନ ଜୀବନ।


ଜାରି ରଖିଥିଲେ ଜଙ୍ଗଲ ରାଜ,                                

ଭୟଭୀତ ଥିଲେ ସଭ୍ୟ ସମାଜ।


ଗରିବ ଦଳିତ ବଡ଼ କଷ୍ଟରେ,              

ଦିନ କାଟୁଥିଲେ ଅତି ଦୁଃଖରେ।


ମହାତ୍ମାଗାନ୍ଧୀ ଙ୍କ ଡାକରା ଶୁଣି,                               

ଆଗେଇ ଆସିଲେ ସଭିଏଁ ପୁଣି।


ସତ୍ୟ ଅହିଂସାର ପୂରୋଧା ସାଜି                            

ଅନଶନ କଲେ ଲଗାଇ ଵାଜି।


ଶେଷରେ ଇଂରେଜ ମାନିଲେ ହାର             

ସମର୍ପିଲେ ତାଙ୍କୁ ଦେଶ ଆମର।


ଵୀର ସଂଗ୍ରାମୀଙ୍କର ଵଳି ଦାନ,                              

ଭୂଲିଵାନି କେବେ ତାଙ୍କ ଅବଦାନ।


ତାଙ୍କ ଆଦର୍ଶକୁ ପାଥେୟ କରି                                   

ଦେଶକୁ ଗଢିବା ସୁନ୍ଦର କରି।



ଗଣତନ୍ତ୍ର ରାଷ୍ଟ୍ର ଅଟେ ଉତ୍ତମ,                                    

ସବୁରି ଧର୍ମକୁ ମିଳେ ସମ୍ମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍