ଜଣାଣ
ଜଣାଣ
ତୁମ ବିନା ପ୍ରଭୁ ଏ ଭବ ସଂସାର
ଲାଗେ ସବୁ ମୂଲ୍ଯହୀନ,
ପ୍ରଭାବିତ ହୁଏ ଜୀବନ ଜୀବିକା
ଜଗତ ଲାଗଇ ଶୂନ୍ଯ ।
ଜଗତରନାଥ ଜଗନ୍ନାଥ ତୁମେ
ଦୀନବନ୍ଧୁ ଭାବଗ୍ରାହୀ,
ତୁମ ଦୟା ବିନା ଏହି ଦୁନିଆରେ
ପାରିବେନି କେହି ରହି ।
ସଂସାର ରକ୍ଷକ ଭାଗ୍ୟ ନିର୍ଣ୍ଣାୟକ
ତୁମେ ହିଁ ସର୍ବୋଚ୍ଚ କର୍ତ୍ତା,
ସାରା ସଂସାରରେ ପ୍ରଚାରିତ ହୁଏ
ତୁମ ମହିମା ର ଗାଥା ।
ତୁମରି ଇଙ୍ଗିତେ ପରିଚାଳିତ
ଏ ବ୍ରହ୍ମାଣ୍ଡ ର ଗତିପଥ,
ତୁମ ଆଶୀର୍ବାଦେ କୁସୁମିତ ହୁଏ
ଜୀବନର ଚଲାପଥ ।
