ଆଲୋକର ପର୍ବ : ଦୀପାବଳି
ଆଲୋକର ପର୍ବ : ଦୀପାବଳି
ଆଲୋକର ପର୍ବ ଅଟେ ଦୀପାବଳି,
ଗାଆଁ ଲୋକେ ପାଳନ୍ତି ପିମ୍ପେଇ ଜାଳି।
ଫୁଲଝରି, ବାଣରେ ଚମକେ ରାତି,
ଉଭାନ ହେଲାଣି ମାଟି ଦୀପବତୀ।
ଦୀପାବଳିରେ ଶୁଭ ଦୀପାଳି ମାଳ,
ଅନ୍ଧାର ରାତିକୁ କରନ୍ତି ଉଜ୍ଜଳ।
ଗାଆଁ ସହରେ ବିକେ ଚାଇନା ବାଣ,
ତା'ଯୋଗୁଁ ବଢଇ ବାୟୁ ପ୍ରଦୂଷଣ।
>
ଏଦିନରେ ହୁଏ ମା' କାଳୀଙ୍କ ପୂଜା,
ଚର୍ତୁଃଦିଗ ଝଲସେ ଆଲୋକ ସଜ୍ଜା।
ମାଆଙ୍କ ପାଦେ ଆମେ କରି ଜଣାଣ,
ସଭିଏଁ ମାଗିବା ଜଗତ କଲ୍ୟାଣ।
ରାବଣକୁ ନାଶି ଧର୍ମର ପୁରୋଧା,
ଏଦିନେ ଶ୍ରୀରାମ ଫେରିଲେ ଅଯୋଧ୍ୟା।
ଅଧର୍ମ ଉପରେ ଧର୍ମର ବିଜୟ,
ଦୀପାବଳି ପର୍ବ ପ୍ରତୀକ ନିଶ୍ଚୟ।