ପଖାଳ
ପଖାଳ


ଗରମ ପାଗକୁ ପଖାଳ ଭାତ,
ଭୋକିଲା ପେଟକୁ କରଇ ଶାନ୍ତ।
ବୈଶାଖ ତାତିକୁ ପଖାଳ ମଜା,
ପାଖେ ଥିଲେ ଶାଗ, ଶୁଖୁଆ ଭଜା।
ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ,
ତା' ନାଆଁ ଶୁଣିଲେ ଗଡ଼ଇ ଲାଳ।
ଧନୀ କି ଗରିବ କରେ ଆଦର,
ତା' ପାଖରେ ଫିକା ପିଜା- ବର୍ଗର।
କଂସା ତୋରାଣି ରେ ମେଣ୍ଟଇ ତୃଷ୍ଣା,
ମନ ମୋହିନିଏ ପଖାଳ ବାସ୍ନା।
ଟଙ୍କ ତୋରାଣି ଆମର ସଂସ୍କୃତି,
ଆନନ୍ଦ ବଜାରେ ମିଳଇ ନିତି।
ମାର୍ଚ୍ଚ କୋଡ଼ିଏ ପଖାଳ ଦିବସ,
ମିଳି ମିଶି ଆମେ ଖାଇବା ଆସ।
ଖାଇ ସାରିଲେ ଖୋଜଇ ଶେଯ,
ଦେହ ଆଉ ମନ ରହେ ସତେଜ।
ନିଆରା ଲାଗଇ ତାହାର ସ୍ବାଦ,
କରିବା ତାକୁ ବିଶ୍ଵ ପ୍ରସିଦ୍ଧ।