STORYMIRROR

Manaswani Sahoo

Others Children

4  

Manaswani Sahoo

Others Children

ଖବରକାଗଜ

ଖବରକାଗଜ

1 min
511

ନାମଟି ମୋହର ଖବରକାଗଜ,    

ରଙ୍ଗୀନ ଛବିରେ ଦେହେ ମୋ ସଜ।


ଦେଶ ବିଦେଶର ପ୍ରମୁଖ ଖବର,               

 ଭରି ରହିଥାଏ ସାରା ମୋ ଶରୀର ।


ରାଜନୀତି ହେଉ ଅବା ଅର୍ଥନୀତି,              

 ଖବର ଛାପିଥାଏ ସକାଳୁ ନିତି ।


ଖେଳ,ସାହିତ୍ୟ ଆଉ ମନୋରଞ୍ଜନ,        

    ତା' ସହିତ ଥାଏ ଜ୍ଞାନ ଓ ବିଜ୍ଞାନ।


ମୋତେ ସଙ୍ଗେ ଧରି ହକର ବୁଲଇ,         

 ସକାଳୁ ସଭିଏଁ ଥାଆନ୍ତି ଅନାଇ।


ପିଲାଠାରୁ ବୁଢା ମୋ ପାଇଁ ପାଗଳ,  

 ନପଢିଲେ ଥରେ କଟେ ନାହିଁ ବେଳ।


ନିରପେକ୍ଷ ଭାବେ ଛାପେ ମୁଁ ଖବର,  

ମନରେ ନଥାଏ ଭୟ ଅବା ଡର।


ମୋ ଖବର ପଢି ବିମର୍ଶ ସବୁଠି,         

  ଯେଉଁଠି ଚାହେଁ ମୁଁ ପହଞ୍ଚେ ସେଇଠି ।


ଗଣତନ୍ତ୍ରର ଅଟେ ଚତୁର୍ଥ ସ୍ତମ୍ଭ,                 

 ଭ୍ରଷ୍ଟ ଅଧିକାରୀଙ୍କ ଭାଙ୍ଗଇ ଦମ୍ଭ ।



ସଂପାଦକୀୟ ର ହୁଏ ଆଲୋଚନା,       

 ତାଯୋଗୁଁ ହୁଏ ମୁଁ ଶ୍ରେଷ୍ଠ ବିବେଚନା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍