ଆଶୀର୍ବାଦ
ଆଶୀର୍ବାଦ
କାଲି ପରି ଲାଗେ ଜନମି ଥିଲୁ
ଆଜି ପଢିଲୁଣି ପାଠ,
ସମୟ ସ୍ରୋତେ କଟୁଛି ଜୀବନ
ମିଳୁ ତୋତେ ଭଲ ବାଟ।
ଉତ୍ତମ ମଣିଷଟେ ହେବା ପାଇଁ
ସାଧନା ର ଲୋଡା ଥାଏ,
ସବୁରି କାର୍ଯ୍ୟେ ସିଦ୍ଧି ମିଳୁ ତୋତେ
ଆଶୀର୍ବାଦ କରୁଥାଏ
ତୋ କୁନି ପାଦ ଦୃଢୀଭୂତ ହେଉ
କାଳ ବକ୍ଷେ ରହୁ ଚିହ୍ନ,
ତୋ କାର୍ଯ୍ୟ ସବୁ ପ୍ରଂଶସିତ ହେଉ
ମୋହିତ ହେଉ ମୋ ମନ।
ତୋ ଜନ୍ମ ଦିନକୁ ଜଗତ ପାଳୁ
କରମ ର ପ୍ରତିଦାନେ,
ଦୁଃଖି ରଙ୍କି ଙ୍କ ସେବା ପାଇଁ ତୋତେ
ସ୍ମରୁ ଥାନ୍ତୁ ପ୍ରତିକ୍ଷଣେ।
ସାର୍ଥକ କର ଜୀବନକୁ ତୋର
ଏହା ହିଁ ମୋର କାମନା,
ବିଭୁଙ୍କ ଆଶିଷେ ସଫଳ ହୁଅ ତୁ
କରନ୍ତୁ ସର୍ବେ ବନ୍ଦନା।
