ଆମ ବିଦ୍ୟାଳୟ
ଆମ ବିଦ୍ୟାଳୟ
ବିଦ୍ୟାଳୟ ଏକ ବିଦ୍ୟା ମନ୍ଦିର
ଗୁରୁଜୀ ମାନେ ଚଳନ୍ତି ଠାକୁର ।
ଆମ ବିଦ୍ୟାଳୟ ଭାରି ସୁନ୍ଦର
ତା' ନାଆଁ ଲାଗଇ ଅତି ମଧୂର ।
ଏଇଠୁ ଆରମ୍ଭ ପ୍ରଥମ ଦୀକ୍ଷା
ଆଗେ ବଢିବାକୁ ମିଳଇ ଶିକ୍ଷା।
ବିଦ୍ୟାଳୟ ଅଟେ ଜ୍ଞାନ ଭଣ୍ଡାର
ତା' ଯୋଗୁଁ ହୁଏ ଜୀବନ ସାକାର।
ଗୁରୁ-ଗୁରୁମା ଦେବତା ସମାନ
ତାଙ୍କ ଆଶିଷେ ସଫଳ ଜୀବନ।
ତାଙ୍କ କଥା ସଦା ପ୍ରେରଣାଦାୟୀ
ସମାଜ ପ୍ରତି ସେ ଉତ୍ତରଦାୟୀ ।
ବିଦ୍ୟାଳୟ ଆଗେ ଫୁଲ ବଗିଚା
କ୍ଷଣେ ବସିବାକୁ ସଭିଙ୍କ ଇଚ୍ଛା ।
ସ୍କୁଲ୍ ପଛ ପଟେ ଖେଳ ପଡିଆ
ଖେଳିବାକୁ ସେଠି ଲାଗେ ବଢିଆ ।
