ଖରାଦିନିଆ ଫଳ
ଖରାଦିନିଆ ଫଳ
1 min
280
ସପୁରୀ ପଣସ ଆମ୍ବ ଖଜୁରୀ,
ଆମ ଗାଁ ବାଡିରେ ରହିଛି ଭରି
ଖରା ଦିନରେ ଏ ସମସ୍ତ ଫଳ,
ଖାଇବାକୁ ସର୍ବେ ଗଡାନ୍ତି ଲାଳ।
ଭିଟାମିନ୍ 'ସି' ରେ ଭରା ସପୁରୀ,
ଶରୀର ପାଇଁ ସେ ଅଟେ ଜରୁରୀ
ପାଚିଲା ପଣସ ସ୍ବାଦ ନିଆରା,
ଖାଇଅଛି ଯିଏ ଝୁରଇ ପରା।
ଫଳ ମଧ୍ୟେ ରାଜା ଆମ୍ବ ଅଟଇ,
ସୁଆଦେ ମନକୁ ନିଅଇ ମୋହି
ନାଲି କଳା ରଙ୍ଗେ ଖଜୁରୀ ଝୁଲେ,
ପବନ ସାଥେ ଦୋଳି ଯେ ଖେଳେ।
ଏସବୁ ଫଳର ସ୍ବତନ୍ତ୍ର ସ୍ବାଦ,
ଗ୍ରୀଷମେ ସଭିଙ୍କୁ ଦିଏ ଆନନ୍ଦ
ପାଖେଇ ଆସିଲେ ସାବିତ୍ରୀ ବ୍ରତ,
ଫଳର ଚାହିଦା ବଢେ ବହୁତ ।
