ସାଗର ଓ ଆକାଶ ର ସଂପର୍କ
ସାଗର ଓ ଆକାଶ ର ସଂପର୍କ


ସାଗର ଆକାଶ ଏକାଠି ହେଲେ,
ଦିଗ୍ ବଳୟରେ ଏକ ହୋଇଲେ।
ସାଗର ଗର୍ଭରେ ଅକାତ ଜଳ,
ଆକାଶେ ଭରିଛି ତାରକା ମାଳ।
ସୂରଯ ଉଇଁଲା ସାଗରୁ ଗର୍ଭେ,
ପରିକ୍ରମା କରେ ଅସୀମ ନଭେ।
ଦିନସାରା ସୂର୍ଯ୍ୟ କରି ଭ୍ରମଣ,
ସାଗର କୋଳେ ରାତ୍ରେ କରେ ଶୟନ।
ନଦୀ ନାଳ ପାଣି ସାଗରେ ମିଶେ,
ମେଘ ରୂପେ ପୁଣି ଆକାଶେ ଦିଶେ।
ସାଗର ର ଜଳ ଆକାଶେ ଭାସେ,
&nb
sp; ବରଷା ରୂପରେ ତଳକୁ ଖସେ।
ଦୁହିଁଙ୍କ ସଂପର୍କ ଅତି ନିବିଡ଼,
କେହି ନୁହନ୍ତି କାହା ଠାରୁ ବଡ଼।
ସାଗରର ପାଣି ଲାଗଇ ଖାରା,
ଆକାଶୁ ଝରଇ ଅମୃତ ଧାରା।
ବାପାଙ୍କ ହୃଦୟ ଆକାଶ ପରି,
ସ୍ନେହ ଓ ଶ୍ରଦ୍ଧା ରେ ରହିଛି ଭରି।ମାଆ ଙ୍କ ମମତା ସାଗର ପରି ,
ମୋ ପାଇଁ ସର୍ବଦା ରହିଛି ପୁରି।