Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

କ'ଣ ପାଇଁ

କ'ଣ ପାଇଁ

1 min
315



ପୁଅ ଝିଅ ପରା ସଭିଏଁ ସମାନ

ସରବେ ଈଶ୍ବର ଦାନ

କ'ଣ ପାଇଁ ଝିଅ ଅଲୋଡା ଅଖୋଜା

ହରାଏ ନିଜ ଜୀବନ ।


ଗରଭାବସ୍ଥାରୁ ମାରି ଦିଆଯାଏ

କ'ଣ ପାଇଁ ତା'କୁ କୁହ ?

ଗଢ଼ି ଜାଣିଥିଲେ ହୋଇବ ନାହିଁ କି

ପୁଅ ସମକକ୍ଷ ଝିଅ ?


ଅପ୍ରାପ୍ତ ବୟସ୍କା ହେଉ ଅବା ପ୍ରାପ୍ତ

ତା' ସହିତ ବ୍ୟଭିଚାର

କ'ଣ ପାଇଁ କରେ ମୂଢ଼ ପୁରୁଷଟେ

ନରଖି ମନେ ବିଚାର ।


ସେହି ସମୟରେ ନିଜ ମାଆ ମୁଖ

କ'ଣ ପାଇଁ ଦେଖେ ନାହିଁ ?

ଯଦି ପାରୁଥାନ୍ତା ଘୃଣିତ କରମୁ

ନଥାନ୍ତା କି ମନ ଫେଇ ?


କ'ଣ ପାଇଁ ଆଜି ଶୋଷକ ପଞ୍ଝାରେ

ଶୋଷିତଟି ଛଟପଟ

ସରବର ସମ ଅଧିକାର ନାହିଁ

କିଆଁ ଏମିତି କପଟ ?


ମରତେ ଜନମ ମରତେ ମରଣ

ଏକଥାଟି ଧୃବ ସତ୍ୟ

ଜୀଇଁବାର ଅଧିକାର ସଭିଙ୍କର

ମଝିରେ କିଆଁ ଅସତ୍ୟ ?


ମୁଁ ମୋର ବୋଲି ଚିତ୍କାରି ଚିତ୍କାରି

କ'ଣ ପାଇଁ ଅପକର୍ମ ?

ଅବୁଝା ମନଟି ବୁଝେନି କାହିଁକି

ସାଥେ ଯିବ ଏକା ଧର୍ମ ।


କ'ଣ ପାଇଁ ଆଜି ଯୁଦ୍ଧ ଘନଘଟା

ଚାଲେ ଦେଶ ଦେଶ ମଧ୍ୟେ

ବଡ଼ପଣିଆର ପ୍ରଦର୍ଶନ କରି

ଅମର କି କିଏ ମର୍ତ୍ତ୍ୟେ ?


ଗର୍ବ ଅହଂକାର ରହିନାହିଁ କା'ର

କ୍ଷଣସ୍ଥାୟୀ ଦୁନିଆରେ

କ'ଣ ପାଇଁ ତେବେ ଅସ୍ତ୍ର ଧରି ହାତେ

ରତଥିବା ଲଢ଼ିବାରେ ।


ମାନବ ମାନବ ମଧ୍ୟରେ ସମ୍ପର୍କ

କ'ଣ ପାଇଁ ଭୁଲିଯାଏ ?

ଟିକିଏ ମଧୁର ଆଦାନପ୍ରଦାନେ

ସୁଧା କି ମିଳି ନଥାଏ ?


ସରବ ସୁଖରେ ଚିନ୍ତା ଚୈତନ୍ୟକୁ

ଉପଯୋଗୀ ଏ ମଣିଷ

ସମୟେ ସମୟେ ହାରି ବି ଯାଉଛି

ନିୟତି ପାଖେ ବିବଶ ।


ପିତାମାତା ଆଜି ପରା ଅସହାୟ

ପୁତ୍ରେ ଶିକ୍ଷିତ କରାଇ

ମାନବିକ ଗୁଣାବଳୀର ବିକାଶ

ନ ହୋଇଲା କ'ଣ ପାଇଁ ?


ସମ୍ପର୍କଠୁ ଟଙ୍କା ବେଶି ମୂଲ୍ୟବାନ

ହୁଏ ଆଜି କ'ଣ ପାଇଁ ?

ସମ୍ପର୍କ ବିନା କି ମରତମଣ୍ଡଳେ

କିଏ କି ଜୀଇଁ ପାରଇ ?


କର୍ମ ଘେନି ଫଳ ଯାଚି ଦେଇଥାନ୍ତି

ପରା କରୁଣାନିଧାନ

କ'ଣ ପାଇଁ ଏହା ସ୍ମରଣ ରଖେନି

ଆମ ମାନବର ମନ ।


Rate this content
Log in