Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଦାସକାଠିଆ

ଦାସକାଠିଆ

1 min
225



"ଜୟ ରାମ ହେ ! ଜୟ ରାମ ହେ !

ନବୀନ ସୁନ୍ଦର ଘନଶ୍ୟାମ ହେ !"

ଦାସକାଠିଆର ନୃତ୍ଯ କଳା ଇଏ

ଗାଁ ଗହଳିରେ ଆଉ।

ଅଦୃଶ୍ଯ ହେଲାଣି ଓଡିଆ ସଂସ୍କୃତି

ଦେଖିବ କିଏ ବା କାହୁଁ ?


ଓଡିଆ ସଙ୍ଗୀତ ନୃତ୍ଯ କଳା ଇଏ

ଦୁଇ ଜଣ କଳାକାର ।

ଗାହାଣ ପାଳିଆ ଦାସକାଠିଆ

ହାତରେ ଥାଏ ତାହାଙ୍କର ।


ଶିବ ଗଣେଶ ସରସ୍ଵତୀଙ୍କ ବନ୍ଦନା

ସହ କାଳୀଙ୍କ ବନ୍ଦନା।

ଗାନ ସହିତ ପୁରାଣ ଗାନକରି

ତୋଷୁଥିଲେ ଚିତ୍ତ ସିନା ।


ଲଘୁ ହାସ ପରିହାସ ଛଳେ ଶିକ୍ଷା

ସମାଜକୁ ଦେଉଥିଲେ ।

ଦାସକାଠିଆ ଦୁଇ ଖଣ୍ଡ ବଜାଇ

ନୃତ୍ୟ ଗୀତ କରୁଥିଲେ ।


ଦୁଇ ଖଣ୍ଡ ଛୋଟ କାଠରେ ଏ

ଦାସକାଠିଆ ତିଆରି ହୁଏ ।

ଟିକିଏ ବଡ ସେ ଯଦି ହୁଏ ତାକୁ

ରାମତାଳି କୁହାଯାଏ ।


ଶିବଙ୍କର ଦାସ ମାନନ୍ତି ନିଜକୁ

ଗାହାଣ ପାଳିଆ ଦୁହେଁ ।

ଶିବଙ୍କ ବନ୍ଦନା ପ୍ରାରମ୍ଭରେ କରି

ପ୍ରବୃତ୍ତନ୍ତି ଅଭିନୟେ  ।


ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇ ଏହା

ବ୍ୟାପିଲା ସବୁ ଜିଲ୍ଲାରେ ।

ବୈଦ୍ୟନାଥ ରଥଶର୍ମା ନାମ ଖ୍ୟାତ

ଦାସକାଠିଆ ନୃତ୍ଯରେ ।


ଏବେ ଏ ଦାସକାଠିଆ ନୃତ୍ଯ 

ରେଡିଓ ବା ଦୂର ଦର୍ଶନରେ ।

ଦୃଶ୍ଯ ହେଉଅଛି ଯାହା ତାହା

ଖାଲି ସରକାରୀ ପ୍ରଚାରରେ ।


ସତେକି ପୁନରୁଦ୍ଧାର ଏ କଳାର

ହେବ ଆମ ସଂସ୍କୃତିରେ ।

ସରକାରୀ ବେସରକାରୀ ପ୍ରୟାସ

ଜାରି ରହିଛି ଏଥିରେ ।



Rate this content
Log in