Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ଅବିନାଶୀ ଆତ୍ମା

ଅବିନାଶୀ ଆତ୍ମା

1 min
305



ଆତ୍ମା ପରମାତ୍ମା ତତ୍ତ୍ଵର କଥା ଯେ

ଆତ୍ମା ଅଟେ ଅବିନାଶୀ

ଶରୀର ଭିତରେ ସଦା ବିରାଜିତ

ଶୁଦ୍ଧ ଚେତନାରେ ସ୍ଫୁର୍ତ୍ତି ।


ପରମାତ୍ମାଙ୍କର ଚିରନ୍ତନ ଚିନ୍ତା

ଶାଶ୍ବତ ତା ଉପସ୍ଥିତି

ଅଦୃଶ୍ୟରେ ରହି ନିର୍ଲିପ ରୁହେ ସେ

ମୋହେ ହୁଏ ନାହିଁ ଛନ୍ଦି ।


ସତ୍ୟ, ଶାନ୍ତି, ଦୟା, କ୍ଷମା, ପ୍ରେମେ ଭରା

ଆତ୍ମାର ପ୍ରତିଟି ଛନ୍ଦ 

ଶରୀରର କର୍ମ ପ୍ରବାହେ ହୁଅଇ

ତା ଜନ୍ମ ମୁକ୍ତିର ଦିଗ ।


ଆତ୍ମା ପରମାତ୍ମା ସମ୍ପର୍କର ସୂତ୍ର

ଜୀବନ ମୁକ୍ତିରେ ବନ୍ଧା 

ଉତ୍ତମ କର୍ମର ପ୍ରତିଟି ଛନ୍ଦ ଯେ

ଆତ୍ମାକୁ କରେ ମୋହିତା ।


କର୍ମ ଫଳ ସଙ୍ଗେ ଯୋଡି ହୋଇ ଆତ୍ମା

ପୁନର୍ଜନ୍ମ ବାନ୍ଧି ହୁଏ

ବ୍ରହ୍ମ ଅନୁଭବ କରିପାରିଲେ ସେ

ପରମାତ୍ମା ସଙ୍ଗେ ମିଶେ ।


ସୁଷୁସ୍ନା ନାଡ଼ିରେ ସ୍ଥିତ ହୋଇ ଆତ୍ମା

ପବିତ୍ର ଆଳୟେ ଯାଏ

ଶୁଦ୍ଧ ସଂସ୍କାରରେ ପ୍ରଲେପରେ ଆତ୍ମା

ଶାନ୍ତିର ବାରତା ଦିଏ ।


ଶରୀର ଅଟଇ ଅବକ୍ଷୟୀ ସ୍ରୋତ

ଆତ୍ମା ଅଟେ ଅବିନାଶୀ

ଶରୀର କୁ ଦେବା ଡାକରା ଆମେ ରେ

ଶୁଣିବାକୁ ଆତ୍ମା ଗୀତି ।


ଜନ୍ମ ମୃତ୍ୟୁ ଜାଲେ ଛନ୍ଦି ହେବା ନାହିଁ

ଆତ୍ମାକୁ ଅନୁଭବିବା

ଚିର ଶାଶ୍ଵତ ସେ ଅମୃତ ସ୍ଥିତିକୁ

ସଦା ନିର୍ମଳ ରଖିବା ।


ଆତ୍ମ ଚେତନାର ପବିତ୍ର ସ୍ପର୍ଶକୁ

ଶରୀରେ ଅନୁଭବିବା

ଦିବ୍ୟ ଚେତନାର ଅପୂର୍ବ ଆଲୋକେ

ଆଲୋକିତ ହୋଇଯିବା |


ଜରା ବ୍ୟାଧି ସିନା ଶରୀରକୁ ଗ୍ରାସେ

ଆତ୍ମା ଅଟେ ଚିରନ୍ତନ

ନିର୍ମହ କର୍ମରେ ନିର୍ମଳ କରିବା

ଆତ୍ମା କୋଣ ଅନୁକୋଣ ।


ନିର୍ମଳ ଚେତନା ନିର୍ମୋହ କର୍ମରେ

ଭାବିବା ମୁକ୍ତିର କଥା

ବାରମ୍ଵାର ଜନ୍ମ ବନ୍ଧନ ଫାନ୍ଦରୁ

ଆତ୍ମା କୁ ମୁକାଳି ଦେବା ।


ଆତ୍ମା ଅବିନାଶୀ ଶାନ୍ତିର ସ୍ଥଳ ଟେ

ଆତ୍ମାର ଡାକ ଶୁଣିବା

ସୁନ୍ଦର ସଂସ୍କାରେ ପ୍ରତିଟି ଆତ୍ମାର

ମୁକ୍ତିରେ ସହାୟ ହେବା ।


ଶରୀର ତତ୍ତ୍ଵକୁ ରଙ୍ଗାଇବା ଆସ

ଆତ୍ମା ତତ୍ତ୍ଵର ରଙ୍ଗରେ

ପୁନର୍ଜନ୍ମ ବନ୍ଧ ଭାଙ୍ଗିଯିବ ସିନା

ସ୍ରଷ୍ଟା ସନ୍ତୁଷ୍ଟ ହୋଇବେ ।


ଶରୀର ର ଶେଷ ଯାତ୍ରାରେ ହେବାନି

କେବେ ଆମେ ଅସହାୟ

ଆତ୍ମା ପରା ଅଟେ ଚିର ଅବିନାଶୀ

ଅଟେ ଶାନ୍ତିର ନିଳୟ ।

    


Rate this content
Log in