STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଆସିଛି ଶୀତ

ଆସିଛି ଶୀତ

1 min
233


ଆସିଛି ଶୀତ ଆମରି ମିତ

ଆସ ଗାଇବା ଗୀତ ।

ଶୀତ ଦିନଟି ଭାରି ବଢିଆ

ଦେହକୁ ଆମ ହିତ ।୧।

ପୁଷ ମାଘ ଏ ଦୁଇଟି ମାସ

ଶୀତରେ ହୁଏ ଗଣା ।

ଧାନ ଫସଲ ହୁଏ ଅମଳ

ହୁଅଇ ପିଠାପଣା ।୨।

ଦାଣ୍ଡ ପହଁରା ବକୁଳଲାଗି

ଅମାବାସ୍ୟା ହୋଇବ।

ଶାମ୍ବ ଦଶମୀ, ପୌଷ ପୂର୍ଣ୍ଣମୀ

ତାହାପରେ ଆସିବ ।୩।

ମାଘ ମାସରେ ଶ୍ରୀ ପଞ୍ଚମୀ

ଅଗ୍ନି ପୂର୍ଣ୍ଣମୀ ହେବ ।

ପିଲାମାନଙ୍କ ଖୁସିର ଦିନ

ଡ୍ରେସ୍ ନୂଆ ହେବ ।୪।

ଆସିଛି ଶୀତ ଫୁଲ ବଗିଚା

କେଡେ ସୁନ୍ଦର ଦିଶେ ।

ମଧୁପ ଗୀତ ହରଇ ଚିତ୍ତ

ମହ ମହ ସେ ବାସେ ।୫।

ସବୁଜ କ୍ଷେତ ପନିପରିବା

ରହିଛି ହୋଇ ଭରି ।

ଚାହିଁଲେ ଟିକେ ପୂରଇ ପେଟ

ମନ ନେଉଛି ହରି ।୬।

କ୍ଷେତରେ ଧାନ କଟା ହେଲାଣି

ଖଳାରେ ହୁଏ ଗଦା ।

ବେଙ୍ଗେଳା ପଡେ ପାହାନ୍ତିଆରୁ

ଶୀତ ଦିଏନି ବାଧା ।୭।

ଆସିଛି ଶୀତ ଆସରେ ମିତ

ବୁଲାବୁଲି କରିବା ।

ବଣଭୋଜିରେ ଯିବାପାଇଁକି

ତୁରନ୍ତ ସଜ ହେବା ।୮।

ବନ୍ଧୁମିଳନ ଶୀତ ଉତ୍ସବ

ପାଳିବା ଏବେ ଆସ ।

ଶୀତ ସରିବ ମନେ ରହିବ

ସରସ ଏ ବରଷ । ୯।



Rate this content
Log in

Similar oriya poem from Inspirational