STORYMIRROR

Bidutprabha Mishra

Inspirational Others Children

4  

Bidutprabha Mishra

Inspirational Others Children

ବନ୍ଧୁ

ବନ୍ଧୁ

1 min
362


ଜୀବନ ର ସବୁ ଅବସ୍ଥାରେ ଯିଏ 

ବଢ଼ାଇ ଦିଏ ତା ହାତ, 

ସୁଖରେ ହେଉ ବା ଦୁଃଖରେ ହେଉ 

ସାଥି ଛାଡେ ନାହିଁ ସେତ l


ଯୁଗେ ଯୁଗେ ପ୍ରଭୁ ଅବତାର ବେଳେ 

ବନ୍ଧୁତ୍ୱ କୁ ମାନ ଦେଇ, 

କରି ଯାଇଛନ୍ତି ଯେତେ କର୍ମମାନ 

ସମାଜର ଶିକ୍ଷା ପାଇଁ l


ବନ୍ଧୁ ହୋଇଥିଲେ ଶ୍ରୀ କୃଷ୍ଣ ସୁଦାମା 

ସୁଦାମାଙ୍କ ଦୁଃଖ ବେଳେ, 

ରାଜା ହୋଇ ମଧ୍ୟ ସମ୍ମାନ ଦେଇ 

ଖୁଦ ଭଜା ଖାଇଥିଲେ I


କର୍ଣ୍ଣ ଧନୁର୍ଦ୍ଧର ଦୁର୍ଯ୍ୟୋଧନ ମିତ 

ଅନ୍ୟାୟର ସାଥ ଦେଇ, 

ଜୀବନ ହାରିଲେ କିନ୍ତୁ ନ ଛାଡିଲେ 

ବନ୍ଧା ସେ ବନ୍ଧୁତ୍ୱ ପାଇଁ I


ବନ୍ଧୁ ମହାନ୍ତି ର ଦୁଃଖ ସମୟରେ 

ନିଜେ ପ୍ରଭୁ ଭାବଗ୍ରାହୀ, 

ଲୁଚାଇ ରାତିରେ ସୁନାଥାଳୀରେ 

ପରଷିଲେ ଖାଦ୍ୟ ନେଇ I


ରାମ ସୁଗ୍ରୀବ ଙ୍କ ବନ୍ଧୁତା ଆଦର 

ଯୁଗେ ଯୁଗେ ଅଛି ଖ୍ୟାତ, 

ବନ୍ଧୁତ୍ୱ ପାଇଁ ଯେ ଦୁହେଁ ଦୁହିଁ ଙ୍କର

ବିପଦରେ ଦେଲେ ସାଥ I


କୃଷ୍ଣ ଓ ଅର୍ଜୁନ ଙ୍କ ବନ୍ଧୁତା ପାଇଁ 

ଧର୍ମ ର ହେଲା ଜୟ, 

ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦାନ ସେହି 

ବନ୍ଧୁତ୍ୱ ରପରିଚୟ I


ପିଲାବେଳ ବନ୍ଧୁ ଖେଳ ଥଟ୍ଟା ମଜା 

ଭୁଲିକି ପାରିଛି କିଏ, 

ବହୁଦିନ ପରେ ଦେଖା ମିଳିଗଲେ 

ଖୁସିର ସୀମା ନଥାଏ I


ଜୀବନର ସବୁ ସମୟରେ ବନ୍ଧୁ 

ଲୋଡ଼ା ସଦା ହୋଇ ଥାଏ, 

ସ୍ୱାମୀ ଟି ସ୍ତ୍ରୀ ର ଅତି ପ୍ରିୟ ବନ୍ଧୁ 

ସଂସାର ସଜାଡି ଦିଏ l


ବନ୍ଧୁ ଟିଏ ସଦା ଆଗେଇ ଯିବାକୁ 

ପ୍ରେରଣା ଯେ ଦେଇଥାଏ, 

ସତ ବନ୍ଧୁ ଟିଏ ଯାହାକୁ ମିଳନ୍ତି 

ଭାଗ୍ୟବାନ ଜନ ସିଏ l


ଶେଷ ସମୟର ବନ୍ଧୁ ଏକା ପ୍ରଭୁ 

ତାହାକୁ ହୃଦୟେ ରଖି, 

ଶରଣରେ ଯିବା ତାଙ୍କ ଚରଣରେ 

ବୁଜିବା ଆଗରୁ ଆଖି l


Rate this content
Log in

Similar oriya poem from Inspirational