Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidutprabha Mishra

Inspirational Others Children

3  

Bidutprabha Mishra

Inspirational Others Children

ପ୍ରୟୋଜନ

ପ୍ରୟୋଜନ

1 min
151



ପୃଥିବୀ ପୃଷ୍ଠ ରେ ବଞ୍ଚିବାର ପାଇଁ

ଜଳ ବାୟୁ ପ୍ରୟୋଜନ,

ମୌଳିକ ଜିନିଷ ଅଟେ ଦରକାରୀ 

ଖାଦ୍ୟ ବସ୍ତ୍ର ବାସ ସ୍ଥାନ l

ପଞ୍ଚ ଇନ୍ଦ୍ରିୟବି ରହିଛନ୍ତି ଦେହେ

ଆମ ପ୍ରୟୋଜନ ପାଇଁ,

ହାତ ଆଉ ଗୋଡ଼ପ୍ରୟୋଜନ ଆମ

ବିଭିନ୍ନ କର୍ମକୁ ନେଇ l

ଦୀପ ଟିଏ ଆମେ ଜାଳିବା ପାଇଁକି

ଲୋଡ଼ା ଘିଅ ଓ ବଳିତା,

ଜ୍ଞାନ ର ଆଲୋକ ଜାଳିବାର ପାଇଁ

କର୍ମ ର ଘୃତ ସଳିତା l

ପ୍ରଭୁଙ୍କ ସାନିଧ୍ୟ ପାଇବାକୁ ହେଲେ

ଭକ୍ତି ହୁଏ ପ୍ରୟୋଜନ,.

 ବିନା ଭକତି ରେ ମିଳନ୍ତିନି କେବେ

ଯେତେ କଲେ ଦରଶନ l

ମଞ୍ଜିଟିଏ ଗଜା ହେବାର ପାଇଁକି 

ଜଳ ତାପ ବାୟୁ ଲୋଡ଼େ ,

ଗଛ ଟିଏ ତାରଖାଦ୍ୟ ପାଇଁ ସଦା

 ମୂର୍ତ୍ତିକାରେ ରହି ବଢ଼େ l

କିଏ କହେ ତାର ଅର୍ଥ ପ୍ରୟୋଜନ

କିଏ ଖୋଜୁଥାଏ ଜ୍ଞାନ,

ବିଭୁଙ୍କ ପ୍ରେମରେ ଯିଏ ମଜ୍ଜି ଯାଏ

କିଛି ନୁହେଁ ପ୍ରଯୋଜନ ।



Rate this content
Log in

Similar oriya poem from Inspirational