ମାଆ
ମାଆ
ମାଆ ନାମ ମଧୁର ଅଟେ ସଂସାରେ
ଯା ନାମ ଧରିଲେ ଥରେ
ଆଖିରୁ ଲୁହ ଝରଇ ଝର ଝର
ସେ ହେଉଛି ଆମ ମାଆ ।
ଦଶମାସ ଦଶଦିନ ଗର୍ଭେ ଧରି
ସିଏ ଜନମ ଦେଇଛି
ତାହାରି ପାଇଁ ଆଜି ଆମେ ରେ
ସେ ହେଉଛି ଆମ ମାଆ।
ମନ ମମତାର ସାତ ସାଗର ରେ
ଝରେ ଅମୃତର ଝର
ସେଇ ମାଁ ର ପଣତ କାନିରେ
ସେ ହେଉଛି ଆମ ମାଆ ।
କେତେ ଶ୍ରଦ୍ଧାସହ ଗାଇଦିଏ ଲୋରୀ
ସୁଆଇ ଦିଏ ଆମକୁ
ଜହ୍ନ ରାଇଜର ସପନ କୁନେଇ
ସେ ହେଉଛି ଆମ ମାଆ ।
ସିଖାଇଲା ଖାଇବା ଚାଲିବା ଯେବେ
ଆମେ ଛୋଟ ଥିବାବେଳେ
କେତେଯେ ଆମରି ଦୁଃଖେ ଦୁଃଖି ସିଏ
ସେ ହେଉଛି ଆମ ମାଆ ।
ନିଜେ ଦୁଃଖିରହି ଆମକୁ ହସାଏ
ରୋଗୁଁ ଆମକୁ ବଞ୍ଚାଇ
ନିଦ୍ରା ଅନିଦ୍ରା ହୋଇ ପଡିରହି
ସେ ହେଉଛି ଆମ ମାଆ ।
ନିଜେ ଭୋକେ ରହି ଆମକୁ ଖୁଆଇ
ତା'ରି ମମତା ଛାଇରେ
ଆଜି ତ ବଡ ହେଇଛୁ ଆମେ
ସେ ହେଉଛି ଆମ ମାଆ ।
ଜଗତ ଜନନୀ ଦେବତୁଲ୍ଯ ସିଏ
ଯାପାଦେ ମଥା ନୁଆଏଁ
ଏଇ ସାରା ଦୁନିଆ
ସେ ହେଉଛି ଆମ ମାଆ ।
