ଏଲିଏନ
ଏଲିଏନ
ଅନନ୍ତ ବ୍ରହ୍ମାଣ୍ଡେ ଦୂରାନ୍ତ ଗ୍ରହରେ
ଉନ୍ନତ ଆଶ୍ଚର୍ଯ୍ୟ ପ୍ରାଣୀ
ରହିଛି ଅସ୍ତିତ୍ବ ଆସନ୍ତି ଭ୍ରମଣେ
ବିଶ୍ୱସନ୍ତି ଲୋକେ ପୁଣି ।
ଉଡନ୍ତା ଥାଳିଆ ପ୍ରାୟେକ ଦିଶଇ
ତାଙ୍କ ମହାକାଶ ଯାନ
କ୍ଷୁଦ୍ରକାୟ ନୀଳ ଅତ୍ୟନ୍ତ ଅଦ୍ଭୁତ
ସେ ପ୍ରାଣୀ କିମ୍ଭୁତାକାର ।
ଉଜ୍ଜ୍ବଳ ଆଲୋକ କରେ ବିଚ୍ଛୁରଣ
ନିମିଷେ ଦୃଶ୍ୟ ଅଦୃଶ୍ୟ
ତୀବ୍ର ଗତି ବେଗ ଅଟେ ସେ ଯାନର
ଘୂରି ପାରେ ଚକ୍ରାକାର ।
ନିର୍ଜନ ସ୍ଥାନରେ ଉଡନ୍ତା ଥାଳିଆ
କରଇ ଅବତରଣ
ଉଠାଇ ନିଏ ସେ ଗାଈଗୋରୁ ଘୋଡ଼ା
ପୃଥିବୀର ଜୀବ ମାନ ।
ପ୍ରାଣୀଙ୍କ ଆଖିରେ ଝଲସି ଉଠଇ
ଉଜ୍ଜ୍ବଳ ଆଲୋକ ଜ୍ୟୋତି
ଶୂନ୍ୟ ଆକର୍ଷଣେ ପାରନ୍ତି ଉଠାଇ
ଅକଳନ ତାଙ୍କ ଶକ୍ତି ।
କେଉଁଠୁ ଆସନ୍ତି କୁଆଡେ ଯାଆନ୍ତି
କ'ଣ ତାଙ୍କ ଅଭିପ୍ରାୟ
ଜଣା ପଡି ନାହିଁ ଏ ଯାବତ ସତ୍ୟ
ଏବେବି ଅଛି ରହସ୍ଯ ।
କହନ୍ତି କେତେକ ଭୂମଧ୍ଯେ ସାଗରେ
ରହିଛନ୍ତି ଏଲିଏନ
ନାହାଁନ୍ତି ଏମିତି କିଛି ପରଗ୍ରହୀ
କହନ୍ତି କେତେକ ଭ୍ରମ ।
ବିଜ୍ଞାନ ଜଗତ ନୀରବତା ରଖି
ଚଳାନ୍ତି ଅନୁସନ୍ଧାନ
ସତ୍ୟର ଉଦ୍ଘୋଷ ନ ହୋଇବା ଯାଏ
ବିଷୟଟି ସନ୍ଦୀହାନ ।
-----
