STORYMIRROR

Bharatabandhu Biswal

Inspirational Children

4  

Bharatabandhu Biswal

Inspirational Children

ସଫଳତା

ସଫଳତା

1 min
212


କର୍ମକାର ଶ୍ରମେ ରକ୍ତ ହୁଏ ପାଣି

ଉପାର୍ଜନ ହୁଏ ଟଙ୍କା

ଛୋଟ ଛୋଟ କିଛି ଇଟା ବାଲି ମିଶି

ଗଢି ଉଠେ ଅଟ୍ଟାଳିକା ।


ଚାଷୀଭାଇଟିଏ ଖରାତରା ବର୍ଷା

ମାନେନି ଶୀତ କାକର

ସୁନାର ଫସଲ ଫଳାଏ ଖେତରେ

ମୁଖରେ ଦିଏ ଆହାର ।


ନିଷ୍ଠାପର ହୋଇ ଶ୍ରେଣୀରେ ଶିକ୍ଷକ

କରିଲେ ଶିକ୍ଷା ପ୍ରଦାନ

ଅବୋଧ ବାଳକ କୋମଳମତିଟି

ହୁଏ ବୁଦ୍ଧି ବିଦ୍ୟାବାନ ।


ଆମ କର୍ମଚାରୀ ବୁଦ୍ଧିଜୀବୀ ଆଉ

ଡାକ୍ତର ଇଞ୍ଜିନିୟର

ଆପଣା କ୍ଷେତ୍ରରେ ନିଜର କର୍ତ୍ତବ୍ୟ

ଉଚିତ କରିବା ଦରକାର ।


ଆମ ବୈଜ୍ଞାନିକ ନ କରିବେ ଯଦି

ଆବିଷ୍କାର ଉଦ୍ଭାବନ

ହୋଇପାରିବନି ଦେଶ ଅଗ୍ରସର

ହ୍ରାସ ହେବ ଗୁଣମାନ ।


ସୀମାନ୍ତରେ ଆମ ବୀର ସଇନିକ

ଦେଖାଇଲେ ପରାକାଷ୍ଠା

ଭୟଭୀତ ହେବ ବଇରୀ ଆମର

ହୋଇବା ଜଗତଜିତା ।


ଭରି ଦେଉ ଶକ୍ତି ପ୍ରଭାତ କିରଣ

କର୍ମନିଷ୍ଠା ତତ୍ପରତା

ଅକୁଣ୍ଠିତ ସେବା ସୁସଙ୍କଳ୍ପ ନେଇ

ଆସ ତୁମେ ସଫଳତା ।



Rate this content
Log in

Similar oriya poem from Inspirational