STORYMIRROR

Bidyutprava Mishra

Inspirational Others Children

4  

Bidyutprava Mishra

Inspirational Others Children

ଯନ୍ତ୍ରଣା

ଯନ୍ତ୍ରଣା

1 min
289


ରୋଗ ସୃଷ୍ଟି ହେଲେ ଯନ୍ତ୍ରଣା ର ସୃଷ୍ଟି 

ଶରୀର ବ୍ୟଥା ଅସହ୍ୟ, 

ଶରୀର ପୀଡା ରେ ମନଟି ଉଦାସ 

ଜୀବନ ଟି ଦୁର୍ବିସହ l

ଦେହର ଯନ୍ତ୍ରଣା ନିମନ୍ତେ ଡାକ୍ତର 

ଲୋଡିଥାନ୍ତି ସର୍ବେ ଜନ, 

ଟିକିଏ ଔଷଧ କିଛି ଆଶ୍ୱାସନା 

ଯନ୍ତ୍ରଣା ର ଉପଶମ l

ଅଧିକ ଯନ୍ତ୍ରଣା ପ୍ରାଣଘାତି ହୁଏ 

ନାହିଁ ତାର ଉପଚାର, 

ପ୍ରଭୁ ଙ୍କ ଶରଣ ଲୋଡିଥାଏ ମନ 

ରକ୍ଷା ପାଇବାକୁ ତାର l

ମନର ଯନ୍ତ୍ରଣା ସହିହୁଏ ନାହିଁ 

କହିକାରେ ହୁଏ ନାହିଁ 

କୁହୁଳି କୁହୁଳି ମନଟି ମଧ୍ୟରେ 

ଜଳୁଥାଏ ହୃଦ ଦହି l

କାର ନିରାଦର ଅବା କଟୁ ବାକ୍ୟ 

କ୍ଷତାକ୍ତ କରଇ ମନ, 

ଯିଏ କହେ ସିଏ ବୁଝି ପାରେ ନାହିଁ 

ଅନ୍ୟର ଦୁଃଖ କାରଣ l

ମନକୁ ନିଜର ପରିଧି ରେ ରଖ 

କୁହନାହିଁ କଟୁ କଥା, 

ଅନ୍ୟର ମନରେ ଦିଅ ନାହିଁ ଦୁଃଖ 

ଦିଅ ନାହିଁ ମର୍ମ ବ୍ୟଥା l

ପ୍ରିୟ ଜନ ଙ୍କର ଅଶୁଭ ବାରତା 

ବଡ଼ ଦୁଃଖ ଦାୟୀ ହୁଏ, 

ଜିଇଁ ଥାଉ ଥାଉ ମରଣ ର କଷ୍ଟ 

ଠାରୁ ମଧ୍ୟ ବଳିଯାଏ l

ନିଜ ବ୍ୟବହାର ଏପରି ସୁଧାର 

ନ ଦିଅ କାମନେ କୋହ, 

ନିଜ ପଛେ ସହ କଷ୍ଟ ଯାତନା 

ପୋଛି ଦିଅ ଅନ୍ୟ ଲୁହ l

ହେ ପ୍ରଭୁ ଏତିକି ସୁଦୟା କରିବ 

ଦେବନି କାହାକୁ କଷ୍ଟ,. 

ସଭିଏଁ ସୁଖରେ ରହିଲେ ସଂସାରେ 

ହସିବ ଏ ଧରାପୃଷ୍ଠ l



Rate this content
Log in

Similar oriya poem from Inspirational