STORYMIRROR

Bidyutprava Mishra

Inspirational Others Children

3  

Bidyutprava Mishra

Inspirational Others Children

ଲୁହରେ ଲେଖା ତୁମ ନାଆଁ

ଲୁହରେ ଲେଖା ତୁମ ନାଆଁ

1 min
155


ଲୁହରେ ମୋହର ତୁମ ନାମ ଲେଖା

ହେ ପ୍ରଭୁ ଜଗତ ସାଇଁ,

ତୁମେ ତ ଦେଇଛ ମାନବ ଜୀବନ

ସୁଖ ଦୁଃଖ ଭୋଗ ପାଇଁ l

ପ୍ରାରବ୍ଧ କର୍ମ ର ଭୋଗ ପାଇଁ ସର୍ବେ

ପାଇଥାନ୍ତି ଇହ ଜନ୍ମ,

କର୍ମର ଭୋଗ ସରିଗଲା ପରେ

ମୁକ୍ତିମାର୍ଗୀ ହୁଏ ପ୍ରାଣ l

ଦୁଃଖ ଭୋଗ ହେଲେ ଅନ୍ୟର ଉପରେ

ଦୋଷ ନଦେବା ଉଚିତ,

କର୍ମ ଦୋଷ ଯାହା ଲେଖାଏ ଜୀବନେ

ଭୋଗ ତାହାର ନିଶ୍ଚିତ l

ତୁମେ ପିତା ମାତା ତୁମେ ପୁତ୍ର ଭ୍ରାତା 

ସଭିଙ୍କ ରୂପରେ ତୁମେ,

କିଏ ଆମ ପାଇଁ ଦୋଷୀ ବୋଲି ପ୍ରଭୁ 

କାହିଁକି ଭାବିବା ଭ୍ରମେ l

ସଭିଙ୍କ ହୃଦୟେ ବାସ କରୁଅଛ

ଆତ୍ମରୂପୀ ଭଗବାନ l

ଦୁଃଖ ର କାରଣ ଯାହା ହୋଇଲେ ବି

ତୁମେ ତ ତାର ନିଦାନ l

ଦୁଃଖ ଅବା ସୁଖ ସବୁ ତୁମ ଦାନ

ଆହେ ପ୍ରଭୁ ଜଗଦୀଶ,

ସହିବାର ଶକ୍ତି ଦେଉଥିବ ସଦା

ଥିବା ଯାଏ ଏ ଆୟୁଷ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational