STORYMIRROR

Bidyutprava Mishra

Inspirational Children

3  

Bidyutprava Mishra

Inspirational Children

ବଦାନ୍ୟତା

ବଦାନ୍ୟତା

1 min
218

ପ୍ରଭୁଙ୍କ ସୃଷ୍ଟିରେ ବଦାନ୍ୟତା ଗୁଣ

ଅନେକ ରହିଛି ଭରି 

ସୂର୍ଯ୍ୟଠୁଁ ଆଲୋକ ମେଘରୁ ବରଷା

ଭୂମି ପରେ ପଡେ ଝରି l


ବଦାନ୍ୟତା ପଣେ ପ୍ରଭୁଙ୍କର କହ

କିଏ ହେବସମ ସରି 

ସସାଗରା ଧରା ଖଞ୍ଜି ଦେଇଛନ୍ତି

ଆମକୁ ସେ ସୃଷ୍ଟି କରି l


ଦୁଃଖୀ ଦୁଃଖ ଦେଖି ଭିଜେ ଯାହା ଆଖି 

ସାହାଯ୍ୟ ହାତ ବଢାନ୍ତି 

ପୂଣ୍ୟାତ୍ମା ଅଟନ୍ତି ସେହିତ ସଂସାରେ 

ବଦାନ୍ୟ ବ୍ୟକ୍ତି ବୋଲାନ୍ତି l


ସ୍ୱତଃସ୍ପୁର୍ତ୍ତ ଭାବେ ଦାନ କରିଥାନ୍ତି

କହିବାକୁ ପଡେ ନାହିଁ 

ଦୁଃଖୀ ଲୋକଙ୍କୁ ସେ ଆଶ୍ୱାସ ଦିଅନ୍ତି

ନିଜର ଭାବନା ନେଇ l


ଗୋପବନ୍ଧୁ ଯେହ୍ନେ ଦୁଃଖୀ ଲୋକଙ୍କର

ଦୁଃଖ ସଦା ବୁଝୁଥିଲେ 

ରୋଗ ଶଯ୍ୟା ପରେ ପୁତ୍ରକୁ ଛାଡିଣ

ବନ୍ୟାରେ ସାହାଯ୍ୟ କଲେ l


ଭୋକିଲା ଲୋକଙ୍କୁ ଦେଖି ସଦା ତାଙ୍କ

ନୟନରୁ ଲୁହ ବହେ 

ନିଜେ ନଖାଇ ସେ ଖାଦ୍ୟ ବାଣ୍ଟିଥାନ୍ତି

ତାଙ୍କ ପରି କେହି ନୁହେଁ ll


ଉଦାରତା ପଣେ ବଦାନ୍ୟତା ଗୁଣେ

ନୁହନ୍ତି କେ ସମ ସରି 

ସଂସାର ଟା ଯାକ ଆପଣାର ଲୋକ

ଭାବନା ମନରେ ଭରି l


ପ୍ରାପ୍ତିର ଆଶାକୁ ନରଖି ହୃଦରେ

ଦାନ କରି ଚାଲୁଥାନ୍ତି 

ନିନ୍ଦା ବା ପ୍ରଂଶସା ପାଇଁ ନାହିଁ ଚିନ୍ତା

କର୍ମ କରି ଯାଉଥାନ୍ତି ll


ସେପରି ଲୋକର ପାଖେ ମଥାନତ

ଆପେ ଆପେ ହୋଇଯାଏ 

ମରିବି ଅମର ହୋଇଥାନ୍ତି ସିଏ

କାଳେ କାଳେ ଯଶ ରହେ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational