Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Er. Prakash Majhi

Others Children

4.5  

Er. Prakash Majhi

Others Children

ରଜ ସଜ ବାଜ

ରଜ ସଜ ବାଜ

1 min
240


ବନସ୍ତରେ ଗଜ ଡାକୁ କି ନଡାକୁ

ବରଷକୁ ଥରେ ରଜ

ଉନ୍ମାଦନା ଆଣେ ସ୍ୱରର ଝଙ୍କାରେ

କୁମାରୀର ସଜବାଜ। {୧}


ଛାଇଯାଏ ନଭ ନବ ପ୍ରାବୃଟର

ଝରଇ ବୁନ୍ଦା ବରଷା

ନବ-ବାରିଦକୁ ସମ୍ଭାଷଣ କରି

ହରଷେ ନାଚଇ ଚଷା। {୨}


ବର୍ଷୁକୀ ମେଘର କଜଳ ଲଗାଇ

ରଜୋବତୀ ବସୁମତୀ

ଖିଲିଖିଲି ହସେ ପଲ୍ଲୀ ରମଣୀଟା

ନଣନ୍ଦ ଭାଉଜ ପ୍ରୀତି। {୩}


କଟା ବଟା କୁଟା ଚୁରା ରଗଡାରେ

ଓଡିଆଣୀ ବୋହୁ ମାତେ

ଗାଧୁଆ ତୁଠରେ ଥଟ୍ଟା-ଟାପରାରେ

ପହିଲି ରଜ ଟା ବିତେ। {୪}


ମଥାରେ ଚନ୍ଦନ କୁଙ୍କୁମର ଟିପା

ଲଗାଇ ପାଦେ ଅଳତା

ଖାଇ ପୋଡ ପିଠା ନବ ବଶନରେ

ହାସ ପରିହାସ କଥା। {୫}


ଆମ୍ବ ତୋଟା ନାଚେ ଦୋଳି ଦୋହଲାଇ

କୁଆଁରୀ କଣ୍ଠ ସଙ୍ଗୀତ

ନୂଆ ନୂଆ ଲାଗେ ଗ୍ରାମ୍ଯ ଦାଣ୍ଡ ସତେ

ଗୃହେ ମାଂସ ଝୋଳ ଭାତ। {୬}


ବାଗୁଡିର ଖେଳ ଗ୍ରାମ୍ଯ ଯୁବଦଳ

ବୃଦ୍ଧଙ୍କର ପଶାପାଲି

ଆମୋଦିତ ଭରେ ଦେଖଣାହାରୀର

ଦେଉଥାନ୍ତି କରତାଳି। {୭}


ଭରିମସଲାରେ ଖିଲିଖିଲି ପାନ

ସଞ୍ଚରଇତ ବାସନା

ପୂତ-ଧୂମ-ଧୂପ ଆଣେ ପବିତ୍ରତା

ଉପବାସ ଉପାସନା। {୮}


ହଳ କରଷିତା ବସୁମତୀ ମାତା

ହୋଇଥାଏ ରଜୋବତୀ

ଭୂଇଁ ନଅଣରେ ଭୂଖନନ ମନା

କୃଷି ପରମ୍ପରା ରୀତି। {୯}


କୃଷିର ସଂକଳ୍ପ କୃଷକ ମନରେ

କରି କର୍ମ ତତପର

ହୋଇଯାଏ ଅନ୍ତ ଆମୋଦ ଉଲ୍ଲାସେ

ସମ୍ଭାଷଣି ବାରିଧାର। {୧୦}


Rate this content
Log in