STORYMIRROR

Er. Prakash Majhi

Inspirational

3  

Er. Prakash Majhi

Inspirational

ଶ୍ରମିକ ଲହୁଲୁହ

ଶ୍ରମିକ ଲହୁଲୁହ

1 min
274


ଶ୍ରମିକ ଆମେ କୁଶଳୀ କାମେ 

            କର୍ତ୍ତବ୍ୟେ ଥାଉ ମାତି 

ମାନୁନା ଜମା ପ୍ରକୃତି ଦାଉ 

            ଶୀତ, ବରଷା, ତାତି |


ଆମେ ଗଢୁଛୁ ଅଟ୍ଟାଳିକା 

             ଚଳାଉ କାରଖାନା 

ଖଣି ସମ୍ପଦ ମାଟିରୁ କାଢ଼ୁ 

             ପଥର ମଧ୍ୟୁ ସୁନା |


ଆମରି ଯୋଗୁଁ ଦେଶ ଚାଲିଚି 

             ହେଜ ଆମରି କଥା 

ନିଃସ୍ୱ ଆଜି ଆମ ଜୀବନ 

            ମନରେ ସୃଜେ ବ୍ୟଥା |


ଯେଉଁ ଭାଇଙ୍କ ବୟସ ଗଲା 

             ନେଲେଣି ଅବସର 

ପେଟ ପୂରେନି ରୋଗ ଶଯ୍ୟାରେ 

               ହୁଅନ୍ତି ହରବର |


ଯାହା ତୁମର ଭୋଗ୍ୟ ସାମଗ୍ରୀ 

              ଆମରି ଲହୁଲୁହ 

ଆମେ କାନ୍ଦିଲେ ତୁମେ ସୁଖରେ 

           ରହିବ କେମିତି କୁହ ?? 


ତୁମ ସମ୍ପଦ ବୋହୁ ପିଠିରେ 

            ପେଟରେ ଦାନା ନାହିଁ 

ଆମ ଦୟାରେ ମାଲିକ ତୁମେ 

             ଆମର ଭାଗ କାହିଁ ?? 


ଶ୍ରମିକ ଦିବସେ ଆମର ପ୍ରାପ୍ୟ 

              ଆମର ଅଧିକାର 

ପୂରା ଲାଭରୁ ଅଧା ତୁମର 

             ଆଉ ଅଧା ଆମର |


ଆହେ ଶୋଷକ ମନେ ରଖିଥାଅ 

             ଏକାଠି ଦିନେ ହେବୁ 

ତୁମ ହାତରୁ ଆମର ପ୍ରାପ୍ୟ 

             ନିଶ୍ଚେ ଛଡାଇ ନେବୁ |


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational