STORYMIRROR

Jyotsna Acharya

Abstract Others Children

4  

Jyotsna Acharya

Abstract Others Children

ଜୀବନ ମଞ୍ଚ

ଜୀବନ ମଞ୍ଚ

1 min
331

ଜୀବନ ଯାତ୍ରା ଟି 

ମା'ର କୋଳରୁ

କେତେ ସୁକୁମାର ଯତନେ ବଡ଼,

ଧୀରେ ଧୀରେ ଯେତେ

ବରଷ ହୁଅଇ

କର୍ମେ ଛନ୍ଦା ବାନ୍ଧି ହୁଅନ୍ତି ସର୍ବ।

ବାଳୁତ ସେ କାଳ 

ଥର ଥର ଚାଲି 

ଟଳମଳ ର ସେ ଚପଳ ପାଦ,

ଭାଙ୍ଗିବା ରୁଜିବା

ଫୋପାଡି ପିଙ୍ଗିବା

ଦୁଷ୍ଟାମୀ ମନର ସେ ହରଷ ନାଦ।

ବାଲ୍ୟ କିଶୋର

ଯୌବନ ପ୍ରୌଢ଼

ବୃଦ୍ଧ ପର୍ଯ୍ୟାୟ-ର ସ୍ବାଦ,

ଜୀବନ ଯାତ୍ରା ଟି 

ଗଡି ଚାଲି ଥାଏ

ଦିନ- ମାସ- ବର୍ଷ- ଫର୍ଦ୍ଦ।

କେବେ ଇଚ୍ଛା ଫୁଲ 

ଖିଲି ଖିଲି ହସ

କେବେ କଣ୍ଟା ଯୁକ୍ତ, କଷ୍ଟର ବନ୍ଧ,

ଜୀବନ ନାଟକ 

ଅନୁଭୂତି ମଞ୍ଚ

ଅନୁଭବ କଳାକାର-ର ଦକ୍ଷ।

କେବେ ଭ୍ରମୁ ଥାଏ

ଭ୍ରମଣ ଯାତ୍ରାରେ

ଭରି ଚ଼କ୍ଷୁ ଇତିହାସ ର କକ୍ଷ,

ସ୍ମୃତି ପୁଣି ନିଏ

ପିଲାଦିନ କୁ ତା

ବୃଦ୍ଧ ମୁହଁ ରେ ବାଳୁତ ହସ।

କେବେ ତା ଭ୍ରମଣ 

ବିଜ୍ଞାନ ମେଳାରେ

ଉଦ୍ଭାବନ ବୈଜ୍ଞାନିକ ରହସ୍ୟ,

ଭ୍ରମୁ ଥାଏ ଧାମ

ଭବିଷ୍ୟତ ଚତୁର୍ଧାମ

ତୁଣ୍ଡେ ନାମ ହର ହରି ସଂକୀର୍ତ୍ତନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract