ଜୀବନ ମଞ୍ଚ
ଜୀବନ ମଞ୍ଚ
ଜୀବନ ଯାତ୍ରା ଟି
ମା'ର କୋଳରୁ
କେତେ ସୁକୁମାର ଯତନେ ବଡ଼,
ଧୀରେ ଧୀରେ ଯେତେ
ବରଷ ହୁଅଇ
କର୍ମେ ଛନ୍ଦା ବାନ୍ଧି ହୁଅନ୍ତି ସର୍ବ।
ବାଳୁତ ସେ କାଳ
ଥର ଥର ଚାଲି
ଟଳମଳ ର ସେ ଚପଳ ପାଦ,
ଭାଙ୍ଗିବା ରୁଜିବା
ଫୋପାଡି ପିଙ୍ଗିବା
ଦୁଷ୍ଟାମୀ ମନର ସେ ହରଷ ନାଦ।
ବାଲ୍ୟ କିଶୋର
ଯୌବନ ପ୍ରୌଢ଼
ବୃଦ୍ଧ ପର୍ଯ୍ୟାୟ-ର ସ୍ବାଦ,
ଜୀବନ ଯାତ୍ରା ଟି
ଗଡି ଚାଲି ଥାଏ
ଦିନ- ମାସ- ବର୍ଷ- ଫର୍ଦ୍ଦ।
କେବେ ଇଚ୍ଛା ଫୁଲ
ଖିଲି ଖିଲି ହସ
କେବେ କଣ୍ଟା ଯୁକ୍ତ, କଷ୍ଟର ବନ୍ଧ,
ଜୀବନ ନାଟକ
ଅନୁଭୂତି ମଞ୍ଚ
ଅନୁଭବ କଳାକାର-ର ଦକ୍ଷ।
କେବେ ଭ୍ରମୁ ଥାଏ
ଭ୍ରମଣ ଯାତ୍ରାରେ
ଭରି ଚ଼କ୍ଷୁ ଇତିହାସ ର କକ୍ଷ,
ସ୍ମୃତି ପୁଣି ନିଏ
ପିଲାଦିନ କୁ ତା
ବୃଦ୍ଧ ମୁହଁ ରେ ବାଳୁତ ହସ।
କେବେ ତା ଭ୍ରମଣ
ବିଜ୍ଞାନ ମେଳାରେ
ଉଦ୍ଭାବନ ବୈଜ୍ଞାନିକ ରହସ୍ୟ,
ଭ୍ରମୁ ଥାଏ ଧାମ
ଭବିଷ୍ୟତ ଚତୁର୍ଧାମ
ତୁଣ୍ଡେ ନାମ ହର ହରି ସଂକୀର୍ତ୍ତନ।
