STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ମୋ ଗାଁ

ମୋ ଗାଁ

1 min
224

ଅତି ଆଦରର ଗାଁ ଟି ମୋର

ସବୁଜ ସୁନ୍ଦର ମଥାଟି ତା'ର


ବ୍ରାହ୍ମଣ ଶାସନ ଦାଣ୍ଡ ଓସାର

ଗୋପୀନାଥ-ନୀଳକଣ୍ଠ ଈଶ୍ୱର


ମୋ ଗାଁ ପରବ ଶିବ ବିବାହ

ଶୀତଳଷଷ୍ଠୀ ବନ୍ଧୁ ବାନ୍ଧବଙ୍କ ମେଳ

 

ଗଛ ଚ଼ଢା ଫୁଲ ତୋଳା ନଇଁ କଇଁଫୁଲ

ସଂଧ୍ୟା ଆଳତୀ ରେ ପୁଣି ସାଜସଜ୍ଜା ଝୁଲଣ


ପ୍ରଭାତ ଫେରି ପୁଣି ସେ ସକାଳଦିନ

ଜାତୀୟ ସଂଗୀତ ପୁଣି ଜନ ଗନ ମନ


ପାଠଶାଳା ପ୍ରିୟ ପୁଣି ସାହିତ୍ୟ ପୁସ୍ତକ

ଶିକ୍ଷକଙ୍କ ସ୍ବରଟିରେ "ଧୀରେ ଘେନ କାନନ"


ଜାଗର ଦୋଳ ମେଳା ମେଳ ମେଳନ

ରଙ୍ଗ ଖଣ୍ଡଘୋଡା ପୁଣି ଖଇ ସାକର


ଜହ୍ନି ଫୁଲ ଜହ୍ନିଓଷା ସାତରଙ୍ଗ ମୁରୂଜ

ସଂସ୍କୃତିରେ ଭରା ଗାଁ ମୋର ପୂଜିତ


ଭେଦ ଭାବ ନଥାଏ ତା ସ୍ନେହର ପରଶ

ଓଦାମାଟି ବାସ୍ନାଟିରେ ସୁଗନ୍ଧର ହରଷ


ତା ପାଣି ପବନରେ ମମତାର କରଜ

ଆଖି କିନ୍ତୁ ଓଦାହୁଏ ଅଛି ଅବା ଫରଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational